News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ଅସହାୟ ବୁଢ଼ୀ ମା ଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ କିଛି ସମାଜସେବୀ

ଗତକାଲି ଆମେ କଙ୍କଡ଼ାହାଡ଼ ବ୍ଲକ୍ କରଗୋଳା ଗ୍ରାମପଞ୍ଚାୟତ କୁଣ୍ଡି ସାହି ଗ୍ରାମର ଭୂୟାଁ ସମ୍ପ୍ରଦାୟର ଜାହାଜ ଦେହୁରୀ (୮୨)ବର୍ଷ ବୟସ୍କ ବୃଦ୍ଧା ମହିଳାଙ୍କ ପରିବାର କହିଲେ ତିନି ନାତୀ ଙ୍କ ଖବର ପ୍ରକାଶ କରିଥିଲୁ ।

ହୃଦୟ ହୀନ ପ୍ରଶାସନ ସରକାର ଯଉଠି ନିରବ ସେଠି ପହଞ୍ଚିଥିଲେ ଶୀତଳବସା ଗ୍ରାମର ସ୍ବେଚ୍ଛାସେବୀ ତାପସ ବାରିକ୍ , ସାର୍ତ୍ତୁକ ମହାନ୍ତ,, ସୁଶିଲ ମହାନ୍ତ, ସୁବାସ ଦେହୁରୀ,ଇନ୍ଦ୍ରଜିତ ମହାନ୍ତ, ଅନାମ ମହାନ୍ତ, ରମାକାନ୍ତ ବେହେରା ଗୋଟିଏ ମାସର ରାସନ୍ ସହିତ ନୂଆ ବସ୍ତ୍ର ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ କି , କଙ୍କଡାହାଡ ବ୍ଳକ କରଗୋଳା ଗାଁ କୁଣ୍ଡିସାହିରେ ବାସ କରୁଥିବା ଆଦିବାସୀ ଭୂଇଁଆ ସଂପ୍ରଦାୟର ଜାହାଜ ଦେହୁରୀ(୮୨) ସ୍ୱାମୀ ପ୍ରାୟ କୋଡିଏ ବର୍ଷ ହେଲା ଆରପାରିରେ ପୁଅ ବୋହୂ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି ଫେରିବା ନାଁ ଧରୁ ନାହାନ୍ତି ।

ତିନି ନାତୀ ପ୍ରକାଶ ଦେହୁରୀ(୧୦),ଆକାଶ ଦେହୁରୀ(୯),ବିକାଶ ଦେହୁରୀ(୭) ଙ୍କୁ ଧରି ଭଙ୍ଗା ଦାଦରା ଘରେ ରୁହନ୍ତି ଜାହାଜ ଦେହୁରୀ I ସରକାରୀ ସହାୟତା କହିଲେ ମାସିକ ୫୦୦ ଟଙ୍କା ଭତ୍ତା ଅନ୍ତୋଦୟ ଯୋଜନାରେ ସାମିଲ ହୋଇଛନ୍ତି ଏତିକିରେ ତିନୋଟି ନାତୀକୁ ଧରି ପ୍ରତିପୋଷଣ କରିବା କଷ୍ଟକର ହେଉଛି I

ଭଗବାନଙ୍କୁ ଭରସା କରି ପଡିରହିଛନ୍ତି ବୁଢୀମା ଓ ତିନି ନାତୀ ।ମୁଣ୍ଡ ଉପରେ ଦଇବର ଦୁଃଖ ପାହାଡ଼ ଯେମିତି ମାଡି ବସିଛି I କଥାରେ ଅଛି ଗାଁ ପରିସ୍କାର ଧୋବା ତୁଠରୁ ଜଣାପଡ଼େ ସେହିପରି ବୃଦ୍ଧାଙ୍କ ଘର ବ୍ଲକ ଅଫିସ୍ ପାଖରୁ ମାତ୍ର ଦୁଇ ତିନି କିଲୋମିଟର ହେବ ଏଠି ପ୍ରଶ୍ନ ଉଠୁଚି ଏଠି ବଡ ବଡ ବାବୁ ମାନଙ୍କର ନଜରରେ କେମିତି ଅସୁନାହିଁ ।

new life
You might also like
error: Content is protected !!