News
WhatsApp Image 2023-10-04 at 17.25.00
samparksetu

ଦାବି ପୂରଣ ନ ହେଲେ ପୂର୍ବତନ ସୈନିକ ସଂଘର ଆନ୍ଦୋଳନ ଚେତାବନୀ

ଢେଙ୍କାନାଳ ପୂର୍ବତନ ସୈନିକ ସଂଘ ପକ୍ଷରୁ ସହରସ୍ଥିତ ଲେଖକ ସଂସଦ ଭବନ ଠାରେ ସୋମବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି କୈଳାସଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ବୈଠକରେ ସଂଘର ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାଜ୍ୟ ଓ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିବ ବୋଲି ଚେତାଵନୀ ଦିଆଯାଇଛି ।

କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ହେତୁ ଯବାନଙ୍କ ଠାରୁ ଆରମ୍ଭ କରି ଅନରାରୀ କମିଶନ ଅଧିକାରୀଙ୍କ ପର୍ଯ୍ୟନ୍ତ ପେନସନ ବୃଦ୍ଧିରେ ପ୍ରାପ୍ୟ ପାଇ ନଥିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା ।

ଉଚିତ ପ୍ରାପ୍ୟ ଦାବି ପାଇଁ ଢେଙ୍କାନାଳର ପୁର୍ବତନ ସୈନିକ ସଙ୍ଗଠନ ପକ୍ଷରୁ ଏପ୍ରିଲ ୩ତାରିଖ ସକାଳ ସାଢ଼େ ୯ଟାରେ ସହର ସ୍ଥିତ ବାଜିଚୌକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଯିବ । ୱ।ନ ରାଙ୍କ ୱ।ନ ପେନସନ , ନିର୍ଦ୍ଧାରିତ ସମୟ ପୂର୍ବରୁ ଅବସର ନେଇଥିବା ସୈନିକମାନଙ୍କୁ ପେନସନରେ ସାମିଲ କରା ନଯିବା , ଏମଏସପି ପାଇଁ ଦିଆଯାଉଥିବା ଅର୍ଥରେ ବୈଷମ୍ୟ ଆଦିକୁ ନେଇ ଏକ ଶୋଭାଯାତ୍ରା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

new life
You might also like
error: Content is protected !!