News
WhatsApp Image 2023-10-04 at 17.25.00
samparksetu

ଖାଦ୍ୟ ନେଉଛି ମାଙ୍କଡ଼ଙ୍କ ଜୀବନ, ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜଙ୍ଗଲରେ ମାଙ୍କଡ଼ଙ୍କୁ ଖାଦ୍ୟ ପ୍ରଦାନ କରିବାରେ କିଏ ଯେ ଆନନ୍ଦ ଲାଭ ନ କରିଥାଏ । ଆମ ଓଡ଼ିଶା ର କୈଳାସ କପିଳାସ ଯିବା ରାସ୍ତାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଏଭଳି ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳିଥାଏ । ସେହି ରାସ୍ତା ରେ ଯିଏ କେହିବି ଗଲାବେଳେ ରାସ୍ତା କଡ଼ରେ ବସିଥିବା ମାଙ୍କଡ଼ଙ୍କୁ ଶ୍ରଦ୍ଧା ରେ କିଛି ନା କିଚ୍ଛି ଖାଇବାକୁ ଦେଇଦେଇ ଥାନ୍ତି ।

ତେବେ ଆପଣ କେବେ ଜାଣିଛନ୍ତି କି ଯେ ସେହି ରାସ୍ତା ଉପରେ ଖାଉଥିବା ମାଙ୍କଡ଼ର ତାହା ବେଳେବେଳେ ହୋଇଥାଏ ଶେଷ ଖାଦ୍ୟ ଅପର ପାର୍ଶ୍ଵରେ ଦ୍ରୁତ ଗତିରେ ଆସୁଥିବା ଯାନ ର ଧକ୍କା ରେ ଯାଇଥାଏ ସେହି ନିରୀହ ଜୀବର ଜୀବନ ।

ତେବେ ଏଭଳି ଦୁର୍ଘଟଣା ଘଟୁଥିବାରୁ ପ୍ରାୟ ଏବେ ନିରୀହ ମାଙ୍କଡ଼ଙ୍କ ମୃତଦେହ ସେଠାରେ ପଡିରହିଥିବା ଦେଖା ଦେଉଛି । ସେହି ଭଳି ଅନ୍ୟ କେତେବେଳେ ରାସ୍ତା ଉପରେ ମାଙ୍କଡ଼ଙ୍କ ଖାଇବା ଝଗଡାର ଉତ୍ପାତ ହେତୁ ବିଭିନ୍ନ ଯାତ୍ରୀ ଦୁର୍ଘଟଣା ର ଶିକାର ମଧ୍ୟ ହୋଇଥାନ୍ତି ।

ତେବେ ଏଭଳି ଦୁର୍ଘଟଣା କୁ ରୋକିବାକୁ ସ୍ୱର ଉତ୍ତୋଲନ କରିଛନ୍ତି ଢେଙ୍କାନାଳ ର ଯୁବ ସମାଜ ସେବୀ ସମ୍ବିତ ନନ୍ଦ । ମାଙ୍କଡ଼ଙ୍କ ନିମନ୍ତେ ଯଦି ଏକ ସ୍ୱତନ୍ତ୍ର ସ୍ଥାନ ବା ପେଣ୍ଡାଲ ତିଆରି ହୁଅନ୍ତା ତେବେ ଆଉ କେହି ରାସ୍ତା ରେ ଖାଦ୍ୟ ନ ଫୋପାଡ଼ି ନିର୍ଦିଷ୍ଟ ସ୍ଥାନରେ ଦିଅନ୍ତେ ତେବେ ଏଭଳି ଦୁର୍ଘଟଣା ନ ଘଟି ନିରୀହ ଜୀବନ ଜାଆନ୍ତା ନାହିଁ ବୋଲି ସିଏ ଦର୍ଶାଇବା ସହ କର୍ତ୍ତୃପକ୍ଷଙ୍କୁ ଏହି ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।

ସେହି ପରି ଛାଟିଆ, ନେଉଳ ପୋଇ ଅଞ୍ଚଳର ବାସିନ୍ଦା ଆଲୋକ କବି ଶତପଥୀ ମଧ୍ୟ ଏନେଇ ସ୍ୱର ଉତ୍ତୋଳନ କରିଛନ୍ତି । ରାସ୍ତାରେ ଖାଦ୍ୟ ପଦାର୍ଥ ପଡୁଥିବା ହେତୁ ଦୁର୍ଘଟଣା ଘଟୁଥିବା ସହ ପର୍ଯ୍ୟଟନ ଉପରେ ଏହାର କୁ ପ୍ରଭାବ ପଡୁଛି ବୋଲି ସିଏ ସ୍ୱର ଉତ୍ତୋଳନ କରିଛନ୍ତି ।

new life
You might also like
error: Content is protected !!