ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଜାମୁସରା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ଗ୍ରୀଲ ଭାଙ୍ଗି ଦୁର୍ବୃତ୍ତ ମାନେ ଲକ୍ଷାଧିକ ନଗଦ ଟଙ୍କା ସହିତ ସୁନା ଗହଣା ଲୁଟ କରିଥିବାର ଫାଣ୍ଡିରେ ଅଭିଯୋଗ ହୋଇଛି ।
ଜାମୁସରା ଗ୍ରାମର ଉପେନ୍ଦ୍ର ଚନ୍ଦ୍ର ସାହୁଙ୍କ ଅଭିଯୋଗ ଅନୁସାରେ ସେମାନେ ଶୁକ୍ରବାର ରାତିରେ ଖାଇପିଇ ଶୋଇଥିବା ବେଳେ ଝରକା ଗ୍ରୀଲ ଭାଙ୍ଗି ଦୁର୍ବୃତ୍ତ ମାନେ ଘରେ ପଶିଥିଲେ । ଘରେ ପଶି ଗଦରେଜ ଭାଙ୍ଗି ତା ଭିତରେ ଥିବା ୧ଲକ୍ଷ ୬୦ ହଜାର ଟଙ୍କା ସହିତ ହାର
୫ଟା,ଚେନ ୪ଟା,ଶଙ୍ଖା ୨ ହଳ,ପାନପତ୍ର ମାଳ ଗୋଟିଏ,ମଥାମଣି ଗୋଟିଏ,କାନଫୁଲ ୧୫ ହଳ,ରିଙ୍ଗ୩ହଳ,ମୁଦି ୮ଟା ଏପରି ମୋଟ ୪ଶହ ଗ୍ରାମର ସୁନା ଗହଣା ଲୁଟିନେଇ ଫେରାର ହୋଇଯାଇଥିଲେ । ଏ ସଂକ୍ରାନ୍ତରେ ଉପେନ୍ଦ୍ର ଫାଣ୍ଡିରେ ଅଭିଯୋଗ କରିଥିବାର ଜଣାପଡିଛି ।