ଜଙ୍ଗଲର ଚିତ୍କାର ସୂର୍ଯ୍ୟର ପ୍ରକୋପକୁ ବି ସିଥଳ ରୂପରେ ପରିଣତ କରିଦିଏ,ତା’ର ଛାତି ଚିରି ଯଦି ସହର ଆଉ ରାସ୍ତା ନିର୍ମାଣ ହୁଏ ତେବେ ସେ ପ୍ରାନ୍ତରେ ବାଟୋଇକୁ ବି ଆଶ୍ରୟ ମିଳେନାହିଁ
ଖାଲି ମା” ପରି ସିନା ସିଏ ତା’ର ଶିଥଳ ଛାଇ ଆଉ ଅମ୍ଳଜାନ ଦେଇ ଆମ ଜୀବନ ବଞ୍ଚାଏ ହେଲେ ସମୟ ଆସିବ ଦିନେ ଶିଶିର ର ଶବ୍ଦ ବି ଶୁଭିବ ନାହିଁ ,ଏଇ ଘାସ ଗାଲିଚାରୁ,ଆଉ ଛୁଇଁ ପାରିବନି ବିନ୍ଦୁ ବିନ୍ଦୁ ତା’ ସ୍ପର୍ଶ ଏଇ ଆମ ପାଦକୁ।ହଜି ଯାଇଛି ଆଜି ସେଇ ଗାଁ ଘରପାଖ ଆମ୍ବ ତୋଟା ଯେଉଁଠି ଠିଆ ହୋଇଛି ବିଶାଳ ଗମ୍ବୁଜ ମାନ ଆଉ ବଦଳି ଯାଇଛି ମୋ ଗାଁ’ର ସେଇ ନାଁ ଯାହା ନଗର ନାମରେ ହୋଇଛି ପରିଚିତ।
ପୋତି ହୋଇଯାଇଛି ଟ୍ରକ୍ ବୋଝେଇ ର ଟ୍ରନ ଟ୍ରନ ବାଲି ବୋଝେଇ ରେ ଛୋଟ ସେଇ ହାତ ତିଆରି ବାଲି ଘରପରେ ।ଆଉ ଉଡୁନାହିଁ ଗାଁ ଦାଣ୍ଡରେ ଧୂଳି ଯାହା ଉପରେ ଢାଳି ହୋଇଯାଇଛି ଚିରସ୍ଥାୟୀ କଂକ୍ରିଟ, ଯେଉଁ ବାଟେ ଯାଉଥିଲେ ଗୋରୁ ଗୋଠ ଆଉ ଛେଳି ପଲ୍ଲ ସେଇ ବାଟେ ଏବେ ଗଡେ ବିଶାଳ ବାହନ।ହେଲେ ମର୍ଡନ ଯୁଗର ମଣିଷ କରିବ ବା କଣ ନିଜ ଛାତ ଉପରେ ସଜାଏ ଫୁଲ କୁଣ୍ଡରେ ଗଛ ମାନ। ହଁ ଏ ଫୁଲ କୁଣ୍ଡରେ ଲାଗିଥିବା ଛୋଟ ଗଛର ବି ବହୁତ୍ ମୂଲ୍ୟ କାରଣ ଏ ମଣିଷ ତା ପାଇଁ ତ ଦେଇଛି ବଳିଦାନ ବହୁ ବର୍ଷର ଗଗନଚୁମ୍ବି ଗଛ ମାନଙ୍କୁ ଚିରନିଦ୍ରା।
ଯାହାପାଇଁ କରେନାହିଁ ପ୍ରାୟଶ୍ଚିତ,AC ପଙ୍ଖା ଆଉ କୁଲର ଠାରୁ ବି ବହୁ ମୂଲ୍ୟ ପରିବେଶ କୁ ହରାଇ ଆଜିର ଏଇ ମାନବ ଆଭିଜାତ୍ୟର ପୋଷାକ ପିନ୍ଧି ଗଛ କିଣିବାକୁ କରେ ଆଲୋଚନା ଗଛର ସୋନ୍ଦର୍ଯ୍ୟ ବିଷୟ ରେ, ଯାହାକୁ ଦିନେ ବଳି ପକାଇ ଗଢି ତୋଲିଚି ପକ୍କା ଘରମାନ,ସେଇ ପକ୍କା ଘରେ ବସି TV ଆଉ ଖବରକାଗଜ ରେ ଗଛ କଟା ହେଉଥିବା ଦୃଶ୍ୟ ଦେଖି କରେ କେତେ ସମାଲୋଚନା।
ଏ ନିଷ୍ଠୁର ମାନବ ଥରେ ଚିନ୍ତା କର ଗୋଟିଏ ଗଛ ତଳେ ଆମର ସାତ ପିଢ଼ିର ଆୟୁଷ ବି କାମ ପଡ଼ିଥାଏ ତା’ର ଚ୍ଛାଇ ତଳେ, ଯଦି ଏବେଠୁ ନହୁଅ ସଜାଗ ତେବେ ସୂର୍ଯ୍ୟ ର ପ୍ରକୋପ ଆଉ ଏ କୃର ପରିବେଶ ର ପରିବର୍ତ୍ତନ କୁ ଏମିତି ଉପଭୋଗ କରୁଥା ଆଉ ଅପେକ୍ଷା କରିଥା ଏକ ଧ୍ଵଂସ ର କରାଳ ପଥକୁ।
✍️ଶ୍ରୀବତ୍ସ ମଲ୍ଲିକ