ଯେତେ ଦୁଃଖ ଦିଅ ତୁହିରେ “କାଳିଆ”
ରହିଥିବି ତୋର ସଙ୍ଗେ
ଭାବର ଠାକୁର ମୋ ପାଇଁ ପଥର
ସୁନା ସଂସାର ମୋ ଭାଙ୍ଗେ।(୧)
ଯେଉଁ ଦିନ ତୋତେ ଦେଖିଲି କାଳିଆ
ଦୁଇ ହାତ ଦେଲି ଟେକି
ଚାହିଁଲୁ ନାହିଁଁରେ ଚକାନୟନରେ
ବଡ଼ ଦାଣ୍ଡେ ଦେଲୁ ଛାଟି।(୨)
ସମସ୍ତେ କହନ୍ତି କାଳିଆ ସାଆନ୍ତ
ଦୁଃଖି ଜନଙ୍କର ନାଥ
ମୋ ପାଇଁ କାହିଁ କି ବଧିର ହୋଇଛ
କୁହ ଆହେ “ଜଗନ୍ନାଥ”।(୩)
ଷାଠିଏ ପଉଟି ଭୋଗରୁ ତୁମର
ଦେଉଛ ଭକ୍ତଙ୍କୁ ବାଣ୍ଟି
ଆଡ ନୟନରେ ଚାହିଁଲନି ପ୍ରଭୁ
ହୃଦୟ ଯାଏ ମୋ ଫାଟି।(୪)
ସକାଳ ସଞ୍ଜରେ ହୃଦୟ କଣ୍ଠରେ
ଡାକୁଛି କାଳିଆ ମୁଁହି
ଚକାନୟନରେ ଚାହିଁ ଦେଲେ ଥରେ
ଜୀବନ ମୋ ଧନ୍ୟ ହୋଇ।(୫)
ଏତିକି ଗୁହାରି ଶ୍ରୀଚରଣେ ତବ
ବସିବି ତୋ ବଡ଼ଦାଣ୍ଡେ
ଦିନ ରାତି ମୁଁହି କବିତା ଲେଖିବି
ଭାବ ବିନୋଦ ଦିଆ ରଙ୍ଗେ।
“(ଜୟ ଜଗନ୍ନାଥ)”
✍️ ଛବିରାମ ସେଠୀ