News
WhatsApp Image 2023-10-04 at 17.25.00
samparksetu

ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ

ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତର ପଦ୍ମ ପୋଖରୀ ଗ୍ରାମ ର ରାଧା ଦେହୁରୀ (୫୫) ପୋଖରୀରେ ବୁଡି ମୃତ । ସୂଚନା ମୁତାବକ ରାଧା ନିଜ ଘର ପାଖ ବେଣାପାଟିଆ ପୋଖରୀ କୁ ଶନିବାର ଭୋର ୩.୩୦ ଘଟିକା ସମୟରେ ଶୈଚ ନିମନ୍ତେ ଯାଉଥିଲେ ।

ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । କାମାକ୍ଷାନଗର ଅଗ୍ନିଶମ ବିଭାଗ ଖବର ଦେବାପରେ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ପୋଖରୀ ଭିତରେ ଖୋଜିବା ମୃତ ଦେହ ଉଦ୍ଧାର କରିଥିଲେ ‌।

ମୃତଦେହ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଥିବା ସୂଚନା ରହିଛି । ଏନେଇ ପଦ୍ମପୋଖରୀ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

new life
You might also like
error: Content is protected !!