News
WhatsApp Image 2023-10-04 at 17.25.00
samparksetu

ଗାଁ ରାସ୍ତା ପାଇଁ ଲଢେଇ, ପୋଲିସ୍ ଗ୍ରାମବାସୀ ମୁହାଁମୁହିଁ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଝାଡବନ୍ଧ ଅଞ୍ଚଳରେ ଥିବା ରୁଙ୍ଗଟା ମାଇନ୍ସର ପ୍ରସ୍ତାବିତ ରାସ୍ତା କାମକୁ ଗ୍ରାମବାସୀଙ୍କ ବିରୋଧ । ଦୀର୍ଘ ୪୦ ଦିନ ହେଲା ଧାରଣା ଦେଇଥିଲେ ତର୍କାବେଡ଼ା ଗ୍ରାମବାସୀ ।

ତେବେ  ଆଜି ଗ୍ରାମବାସୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।  ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣା ସ୍ଥଳରେ ବ୍ୟାପକ ପୋଲିସ୍ ମୁତୟନ ହୋଇଥିବା ବେଳେ ।  ଗ୍ରାମବାସୀ ଙ୍କୁ ଜୋର ଜବରଦସ୍ତ ଧାରଣାରୁ ଉଠାଇବାରୁ ଏଭଳି ପରିସ୍ଥିତି ହୋଇଥିବା ସୂଚନା । 

ଅନ୍ୟପଟେ ଜାତୀୟ ରାଜପଥ କୁ ଯୋଗାଯୋଗ କରୁଥିବା ରାସ୍ତା ରୁଙ୍ଗଟା ମାଇନ୍ସକୁ ମିଳିଥିବା ବେଳେ ସେହି ରାସ୍ତା ଗ୍ରାମବାସୀ ଙ୍କ ନିତିଦିନି ନିମନ୍ତେ ନିହାତି ଜରୁରୀ ହୋଇଥିବାରୁ ଗ୍ରାମବାସୀ ଦୀର୍ଘ ୪୦ ଦିନ ହେବ ଧାରଣା ରେ ବସିଥିଲେ । ତେବେ ଆଜି ପୋଲିସ୍ ଗ୍ରାମବାସୀ ଙ୍କୁ  ଜୋର ଜବରଦସ୍ତ ଧାରଣାରୁ ଉଠାଇବାରୁ ଏଭଳି ପରିସ୍ଥିତି ହୋଇଥିବା ନେଇ ସୂଚନା ମିଳିଛି ।

new life
You might also like
error: Content is protected !!