ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଗନ ବିହାରୀ ନାୟକଙ୍କୁ ଅବସର।କାଳୀନ ବିଦାୟ ସମ୍ବ୍ର୍ଦ୍ଧନା ପ୍ରଦାନ କରାଯାଇଛି ।
ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତନୁଶ୍ରୀ ମିଶ୍ରଙ୍କ ସଭାପତିତ୍ୱ କରିଥିଲେ ।ଶ୍ରୀ ନାୟକ ଏକା ଧାରରେ ରାଜ୍ୟ ପୁରସ୍କାର ପ୍ରାପ୍ତ ନୋଡାଲ ଅଫିସର,ସ୍କାଉଟସ୍
ଜିଲ୍ଲା କମିଶନର ,ସବୁଜହୋମୀ ଦକ୍ଷ ଶିକ୍ଷକ,ବିଜ୍ଞାନ ଶିକ୍ଷକ ଭାବରେ ଛାତ୍ରଛାତ୍ରୀ ମାନଙ୍କ ନିକଟରେ ବେଶ ପରିଚିତ ଥିଲେ ।
ଏହି ଅବସରକାଳିନ ସଭାରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ବିଶିଷ୍ଟ ଶିକ୍ଷାବିତ ରବିନାରାୟଣ ରାଉଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ମୋ ସ୍କୁଲ କମିଟର ସଭାପତି ସାରଙ୍ଗଧର ରାଉତ,ପରିଚାନଳା
କମିଟିର ସଭାପତି ରୀନା ରାଉତ,ମାଧ୍ୟମିକ ଶିକ୍ଷକ ସଙ୍ଘର ପୂର୍ବତନ ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମ୍ବରିଶ
ଶତପଥୀ,ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଙ୍ଘର ସଭାପତି ସନ୍ତୋଷ ପାଣିଗ୍ରାହୀ,ସମ୍ପାଦକ ବିଭୁତି ଭୂଷଣ ସାମଲ ପ୍ରମୁଖ
ଯୋଗଦେଇଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ,ସ୍କାଉଟ ଗାଇଡର କ୍ୟାଡେଟଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ପରିଚାଳନା
କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।