News
WhatsApp Image 2023-10-04 at 17.25.00
samparksetu

ବିନା ଡାକ୍ତର ରେ ଚାଲିଛି ଯୋରନ୍ଦା ଆୟୁର୍ବେଦ ଚିକିତ୍ସାଳୟ

ଗଁଦିଆ ବ୍ଳକ୍ ଯୋରନ୍ଦ। ମହିମାଗାଦି ରେ ଥିବା ଯୋରନ୍ଦ। ଆୟୁର୍ବେଦିକ ଚିକିତ୍ସାୟରେ ଡାକ୍ତର ପଦ ଖାଲି ପଡ଼ିଥିବାରୁ ଅଞ୍ଚଳର ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଏହା ଉପରେ ପ୍ରାୟ ୧୦ ଟି ପଞ୍ଚାୟତ ର ଜନସାଧାରଣ ନିର୍ଭର କରୁଛନ୍ତି ।

ଏଠାରେ ପୂର୍ବରୁ ଥିବା ଡାକ୍ତର ଙ୍କୁ କୋଭିଡ ଦାୟିତ୍ୱରେ ଗତ ଏପ୍ରିଲ ମାସରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏହା ପରଠାରୁ ଏଠାରେ ଡାକ୍ତର ନିଯୁକ୍ତ କରାଯାଉନାହିଁ । ବିଗତ କିଛି ମାସ ହେଲା ଏଠାରେ ଡାକ୍ତର ନଥିବାରୁ ଅଞ୍ଚଳର ରୋଗୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଫଳରେ ରୋଗୀ ଖର୍ଚ୍ଚ।ନ୍ତ ହେଉଛନ୍ତି । ତେଣୁ ଯଥାଶୀଘ୍ର ଏଠାରେ ସ୍ଥାୟୀ ଡାକ୍ତର ନିଯୁକ୍ତ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!