News
WhatsApp Image 2023-10-04 at 17.25.00
samparksetu

ଯୋରନ୍ଦା ମହିମାଗାଦିରେ ନବାନ୍ନ ଉତ୍ସବ, ଓଡିଶାର ପୁରପଲ୍ଲୀରୁ ଭକ୍ତଙ୍କ ସମାଗମ ; ପ୍ରଭୁ ଶୂନ୍ୟଦେହୀ ଅଲେଖ ଗୋସାଇଁଙ୍କ ନିକଟରେ ଲାଗି ହେଲା ନବାନ୍ନ

ବିଶ୍ବବିଦିତ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦୀରେ ନବାନ୍ନ ଉତ୍ସବ ପାଳିତ ହୋଇଯାଇଛି । ଭାଦ୍ରବ ଶୁକ୍ଳ ପକ୍ଷ ଦ୍ବିତୀୟା ଅବସରରେ ମହିମା ଧର୍ମର ପରମ୍ପରା ମୁତାବକ ପ୍ରଭୁ ଶୂନ୍ୟଦେହୀ ଅଲେଖ ଗୋସାଇଁଙ୍କ ନିକଟରେ ନୂଆ ଲାଗି କରାଯାଇଛି । ଏହାକୁ ମହିମାଗାଦିରେ ଦ୍ୱିତୀୟ ବଡପର୍ବ ମଧ୍ୟ କୁହାଯାଏ ।

ଗତ ୧୫ଦିନ ମଧ୍ୟରେ ସାଧୁସନ୍ଥ ମାନଙ୍କ ମଧ୍ୟରେ ୨ଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ନବାନ୍ନ ଉତ୍ସବର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଆଠଗଡ ତରସିଂହ ଗ୍ରାମର ମଙ୍ଗଳୁ ଭୋଇଙ୍କ ଦାୟଦ ଭାସ୍କର ଭୋଇ ପରିବାର,ଦୋରଡ ଗ୍ରାମର ଭରତ ଚନ୍ଦ୍ର ବେହେରା ପରମ୍ପରା ଅନୁସାରେ ନୂଆ ଚୁଡା ଆଣି ମହିମାଗାଦିରେ ପହଞ୍ଚାଇଥିଲେ । ଆଜି ପ୍ରାତଃ ବ୍ରାହ୍ମମୂହୁର୍ତ୍ତରେ ମହିମାସ୍ୱାମୀଙ୍କ ପ୍ରାତଃ ପୂଜାନୀତି ପରେ ଅହ୍ମଣିଆ ମଣ୍ଡପ ଠାରେ ୭ଟି ମାଟି ହାଣ୍ଡିରେ ୭ ଜଣ ତ୍ୟାଗ ମହିମାସ୍ୱାମୀଙ୍କୁ ନବାନ୍ନ ଚୁଡା ଅର୍ପଣ କରିଥିଲେ । ନବାନ୍ନ ପ୍ରସାଦକୁ ବାଳ ଭୋଗ କରାଯାଇଥିଲା ।

ସକାଳ ୯ଘଣ୍ଟା ସମୟରେ ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଚୁଡା,ଗୁଡ,ଦହି,ନଡିଆ,କଦଳୀ, ଅଙ୍ଗୁର,ସେଓ,କମଳା,ଅଦା,ଗୁଜୁରାତି,ଲବଙ୍ଗ,ଅଳେଇଚ,ଗୋଲମରିଚ,କ୍ଷୀର,କିଶମିଶ,କାଜୁ ପକାଯାଇ ସୁସ୍ୱାଦୁ ପ୍ରସାଦ ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା । କୋଭିଡ୍ କଟକଣା ଯୋଗୁଁ ସ୍ଥାନୀୟ ଅଞ୍ଚଳର ପ୍ରତ୍ୟେକ ଗ୍ରାମରୁ ନିମନ୍ତ୍ରିତ ଭକ୍ତ ମାନଙ୍କୁ ପର୍ଯ୍ୟାୟ କ୍ରମେ ପ୍ରସାଦ ବଣ୍ଟନ କରାଯାଇଥିଲା।

ଓଡିଶାର ପୁରପଲ୍ଲୀ ତଥା ପଡୋଶୀ ଆନ୍ଧ୍ର,ଆସାମ,ଛତିଶଗଡ ପ୍ରଭୁତି ରାଜ୍ୟରୁ ସାଧୁ ଭକ୍ତ ମାନେ ଏହି ନବାନ୍ନ ଉତ୍ସବରେ ଯୋଗ ଦେଇଥିଲେ । ଗତ ୧୯୪୨ମସିହାରୁ ଏହି ନବାନ୍ନ ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହେଉଛି । ବଳକଳଧାରୀ ମହିମା ସମାଜର ସମ୍ପାଦକ ନିତ୍ୟାନନ୍ଦ ବାବା ପ୍ରକାଶ କରିଛନ୍ତି ।ନବାନ୍ନ ଭିକ୍ଷା ସମୟରେ ସାଧୁ ଗଣ ପରସ୍ପରକକୁ ନବାହ୍ନକୁ ଖୁଆଇ ଦେଉଥିବାର ଦୃଶ୍ୟ ଭାଇଚାରା ଏବଂ ପ୍ରେମ ଭାବର ପରିଚୟ ଦେଉଥିଲା ।

ବକ୍କଳଧାରୀ ମହିମା ସମାଜ ସଭାପତି ବାବା ସୁକଦେବ ଦାସ,ସଂପାଦକ ବାବା ନିତ୍ୟାନନ୍ଦ ଦାସ,ସହସଂପାଦକ ସାଧୁ ଅନାମ ଦାସ,ପରିଚାଳନା କମିଟି ସଭ୍ୟ ବାବା ଶଙ୍କର ଦାସ,ବାବା ପ୍ରମୋଦ ଦାସ,ବାବା ଦୀନବନ୍ଧୁ ବାବା,ବରିଷ୍ଠ ସନ୍ୟାସୀ ବାବା ନଟବର ଦାସ,ବାବା ସୁବ୍ରତ ଦାସ,ବାବା ବାବୁଲି ଦାସ କୌପନୀ ଧାରୀ ମହିମା ସମାଜ ସଭାପତି ରଘୁନାଥ ବାବା,ସଂପାଦକ ବାବା ସୁଶାନ୍ତ ଦାସ,କୋଷାଧ୍ୟକ୍ଷ ବାବା ଅଭୟ ଦାସ,ବରିଷ୍ଠ ସନ୍ୟାସୀ ବୀଣାକର ଦାସ,ବାବା ସାରଙ୍ଗ ଦାସ l ପ୍ରମୁଖ ଉତ୍ସବର ନେତୃତ୍ୱ ନେଇ ପରିଚାଳନା କରିଥିଲେ ।କୋଭିଡ ଯୋଗୁଁ ଗତ ବର୍ଷ ନବାହ୍ନ ଉତ୍ସବ ଫିକା ପଡିଥିଲା ।

ଦେଶର ମଙ୍ଗଳ ପାଇଁ ଜଗତର ଉଦ୍ଧାର ନିମନ୍ତେ କୋଭିଡରୁ ସମସ୍ତେ ସୁରକ୍ଷିତ ରହିବା ପାଇଁ ସାଧୁ ସନ୍ଥ ଓ ଭକ୍ତ ମାନେ ପ୍ରାର୍ଥନା କରିଥିଲେ ।

new life
You might also like
error: Content is protected !!