News
WhatsApp Image 2023-10-04 at 17.25.00
samparksetu

ଯୋରନ୍ଦା ମେଳା ପ୍ରସ୍ତୁତି ବୈଠକ ବର୍ଜନ କଲେ କୌପୁନୀ ଧାରୀ ମହିମା ସାଧୁସନ୍ଥ

ଢେଙ୍କାନାଳ ଜିଲ୍ଳା ଗଁଦିଆ ବ୍ଳକ ଯୋରନ୍ଦା ମହିମାଗାଦୀରେ ଫେବୃଆରୀ ୪ ତାରିଖ ଦିନ ମାଘ ମେଳା ବା ବିଶ୍ୱପ୍ରସିଦ୍ଧ ମହିଳା ମେଳା ପାଇଁ ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ବିନା କଟକଣାରେ ଦିର୍ଘ ୨ ବର୍ଷ ପରେ ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ଆଦୀପୀଠ ଯୋରନ୍ଦା ସ୍ଥିତ ମହିମା ଗାଦୀରେ ମାଘମେଳା ବା ଯୋରନ୍ଦାମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଫେବୃଆରୀ ୪ ରୁ ୬ ପର୍ଯ୍ୟନ୍ତ ହେବାକୁ ଥିବା ମେଳା ପାଇଁ ବ୍ୟାପକ ପ୍ରସ୍ତୁତି ସହିତ କୋଭିଡ୍ କଟକଣାକୁ ନଜର ରଖି ମେଳା ଅନୁ୍‌ଷ୍ଠିତ ହେବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଚଳିତ ବର୍ଷ ଯୋରନ୍ଦା ମେଳାରେ ଅଧିକ ଜନ ସମାଗମ ହେବାର ଆଶଙ୍କାଥିବା ବେଳେ ସମସ୍ତ ନିତୀ ନିୟମ,ପରମ୍ପରା ଓ ସଂସ୍କୃତିକୁ ନେଇ ମେଳାଅନୁଷ୍ଠିତ ହେବ । ମେଳାରେକୌଣସି ଅପରୋ, ଦୋଳି, ସିନେମା,କଣ୍ଡେଇନାଚ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।ଏହି ମେଳାକୁ ବାହାର ଜିଲ୍ଲା ତଥା ରାଜ୍ୟର କୋଣ ଅନୁକୋଣରୁ ମହିମା ଧମର୍ର ଅନୁଗାମୀ,ବ୍ୟବସାୟୀ ଯୋଗଦେବେ ।

ବୈଠକରେ ପାନୀୟ ଜଳ ଯୋଗାଣ,ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା,ପରିମଳ,କୂଅ ପୋଖରୀ ବିଶୋଧନ,ମୋବାଇଲଟଏଲେଟ ସ୍ଥାପନ, ଆବଶ୍ୟକସ୍ଥଳେ ଅସ୍ଥାୟୀ ଶୌଚାଳୟ ର୍ନିମାଣ,ସ୍ୱାସ୍ଥ୍ୟ ଶିବିର,ଗାଡି ପାର୍କିଂ,ଯାନବାହନ ନିୟନ୍ତ୍ରଣ,ପୋଲିସ ମୃତୟନ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା ।

ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋରନ୍ଦା ମେଳାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବାରୁ ଜିଲ୍ଳାପାଳ ସମସ୍ତଙ୍କ ସହଯୋଗ ଲୋଡିଥିବା ବେଳେ ମହିମା ସାଧୁମାନଙ୍କ ମଧ୍ୟରେ ଯେଉଁ ମତାନ୍ତର ମନାନ୍ତର ରହିଛି ତାକୁ ସମାଧାନ କରିବାକୁ ଚେଷ୍ଟା କରାଯାଉଛି । ମେଳାରେ ଭକ୍ତ ମାନଙ୍କ ସମାଗମକୁ ଦେଖି ଟ୍ରାଫିକ ବ୍ୟବସ୍ଥା ସହିତ ବାରିକେଟ ନିର୍ମାଣ,ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଦୃଷ୍ଟିଦେବାକୁ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି ।

ସେହିପରି ବକ୍କଳଧାରୀ ମହିମା ସମାଜର ବରିଷ୍ଠ ସାଧୁ ତଥା ସମ୍ପାଦକ ନିତ୍ୟାନନ୍ଦ ବାବା ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ଯେ ,ମେଳା ପାଇଁ ସମସ୍ତଙ୍କୁ ସହଯୋଗ କାମନାକରା ଯାଇଛି । ଯେଉଁ ବିବାଦ ରହିଛି ତାହା ଗାଦୀ ମନ୍ଦିରକୁ ନେଇ,କୋର୍ଟ ଆଦେଶ ଅନୁସାରେ ଉଛେଦ ହୋଇଛି । ସେମାନଙ୍କ ମନରେ କ୍ଷୋଭ ଥୁବାରୁ ସେମାନେ ବୈଠକରେ ଯୋଗ ଦେଇନାହାଁନ୍ତି , ଜିଲ୍ଲାପାଳ ଆସନ୍ତା ୧୮ ତାରିଖ ଦନି ପୁଣି ଥରେ ଉଭୟ ଗୋଷ୍ଠୀର ସାଧୁମାନଙ୍କୁ ନେଇ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ କହିଛନ୍ତି ।

ଅନ୍ୟପଟେ ମହିମାଗାଦୀ ସତ୍ୟଅଲେଖ ମହିମା ଧର୍ମ କୌପୁନୀଧାରୀ ସମିତି ତରଫରୁ ଜିଲ୍ଲାପ୍ରଶାସନ ତରଫରୁ ଆହ୍ୱାନ ଯୋରନ୍ଦା ମାଘମେଳା ପ୍ରସ୍ତୁତି ବୈଠକକୁ ବର୍ଜନ କରିବା ସହିତ ପ୍ରଶାସନ ସେମାନଙ୍କୁ ଅଣଦେଖା କରିବା ସହିତ ପକ୍ଷପାତିତାର ଶିକାର ହୋଇଛନ୍ତି ବୋଲି ଜିଲ୍ଳାପାଳଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ଗତ ଡିସେମ୍ବର ୨୨ ତାରିଖ ଦିନ ଅଦାଲତଙ୍କ ନିର୍ଦ୍ଦେଶରେ ଗାଦୀ ମନ୍ଦିର,ଧୂନୀ ମନ୍ଦିର ଏବଂ ଟୁଙ୍ଗିଘରକୁ ବୁଲଡୋଜର ଲଗାଇ ଉଛେଦ କରାଯିବା ପରେ ମହିମା ଧର୍ମର ବକ୍କଳଧାରୀ ଏବଂ କୌପୁନୀଧାରୀ ମହିମା ଗୋଷ୍ଠୀ ମଧ୍ୟରେ ତିବ୍ର ବିବାଦ ଲାଗି ରହିଛି ।

ଆଜି ପ୍ରଶାସନ ତରଫରୁ ବୈଠକ ଆହ୍ୱାନ କରାଯାଇଥିବା ବେଳେ କୌପୁନୀଧାରୀ ମହିମା ସମାଜର ନିବେଦନ ସତ୍ତ୍ୱେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଅଣଦେଖା କରିବା ସହିତ ମହିମା ସ୍ୱାମୀଙ୍କ ସମ୍ପତ୍ତି ଏବଂ ନିତୀକାନ୍ତି ପାଳନରେ ଉଭୟ ଗୋଷ୍ଠୀ ର ସମାନ ଅଧିକାର ରହିଛି । ତାଙ୍କୁ ଥଇଥାନ କରାନଯାଇ ଯେପରି ଉଚ୍ଛେଦ କରାଗଲା ତାହା ସଠିକ ନୁହେଁ ।ଫଳରେ ବୈଠକରେ ଯୋଗଦାନ କରିବା ମୂଲ୍ୟହୀନ ବୋଲି ଦର୍ଶାଇ ବୈଠକକୁ ବର୍ଜନ କରିଥିବାର ଜଣାପଡିଛି । ସଂକ୍ରାନ୍ତରେ କୌପୁନୀଧାରୀ ମହିମା ସମାଜର ସଭାପତି ରଘୁନାଥ ବାବା ଲିଖିତ ଭାବରେ ଜିଲ୍ଳାପାଳଙ୍କୁ ଜଣାଇଛନ୍ତି ।

new life
You might also like
error: Content is protected !!