News
WhatsApp Image 2023-10-04 at 17.25.00
samparksetu

ବର୍ଷାରେ ବେହାଲ କାବେରା ରାସ୍ତା !

ଗଁଦିଆ ବ୍ଳକର ଗ୍ରାମାଞ୍ଚଳରେ ବିଭିନ୍ନ ରାସ୍ତା ଘାଟର ଅବସ୍ଥା ବେହାଲ ହୋଇପଡିଥିବା ବେଳେ କାବେରା ଗ୍ରାମ ପଞ୍ଚାୟତର କାବେରା ଗ୍ରାମର ବେଳାସାହି ଓ ଶବରସାହିକୁ ସଂଯୋଗ କରୁଥିବା ରାସ୍ତାଟି ବର୍ଷାରେ ବେହାଲ ହୋଇପଡିଛି ।

   ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ରାସ୍ତାରେ ମଟର ସାଇକେଲ ଓ ପାଦରେ ଚାଲି ଚାଲି ଯାତାୟତ କରିବା  ଶୋଚନୀୟ ହୋଇପଡିଛି ।  ଏହି ରାସ୍ତାଟି ମୁଖ୍ୟରା୍‌ସ୍ତା ହୋଇପଡିଥିବା ବେଳେ ଏହି ରାସ୍ତା ଉପରେ ୩ଟି ସାହିର ଲୋକ ଯାତାୟତ ପାଇଁ ନିର୍ଭର କରିଥାନ୍ତି ।  ବର୍ଷାଦିନରେ ଏହି ରାସ୍ତାର ଅବସ୍ଥା ନକହିବା ଭଲ ।

   ଗ୍ରାମବାସୀ ଏହି ରାସ୍ତାକୁ ମରାମତି କରିବା ପାଇଁ ବିଭିନ୍ନ ସମୟରେ ଅଭିଯୋଗ କରିଆସୁଥିଲେ ମଧ୍ୟ ରାସ୍ତାଟି ମରାମତି ହୋଇପାରୁନାହିଁ ।  ଫଳରେ ରାସ୍ତାରେ ଯାତାୟତ  କରିବା ବେହାଲ ହୋଇପଡିଛି ।  ତୁରନ୍ତ ପ୍ରଶାସନ ବେହାଲ ରାସ୍ତାର ଅବସ୍ଥାକୁ ଦୃଷ୍ଟିରେ ରଖି ତୁରନ୍ତ ରାସ୍ତାଟିର ମରାମତି  କରାଇବା ପାଇଁ ସ୍ଥାନୀୟ   ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢଦାବୀ ହୋଇଛି ।

new life
You might also like
error: Content is protected !!