News
WhatsApp Image 2023-10-04 at 17.25.00
samparksetu

ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଓଡ଼।ପଡ଼ା ବ୍ଳକ୍ କଳାଙ୍ଗ ପଞ୍ଚାୟତର ଚାକୁଣ୍ଡ।ନାଳୀ ଗ୍ରାମରେ ୬ ଶହରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି , ତେବେ ସେମାନଙ୍କ ପାଇଁ କେବଳ ଗୋଟିଏ ନଳକୂପ ରହିଛି ଯାହା ଲୋକଙ୍କ ଆବଶ୍ୟକ କୁ ମେଣ୍ଟାଇ ପାରୁନାହିଁ । ତେଣୁ ଅଞ୍ଚଳ ବାସୀ ଚୁଆ ପାଣି ଉପରେ ନିର୍ଭର ହୋଇ ଅନେକ ରୋଗରେ ପଡ଼ୁଛନ୍ତି ।

ଗ୍ରାମ ପାର୍ଶ୍ୱ ଦେଇ ପାଣି ପାଇପ ବିଛ। ଯାଉଥିବା ବେଳେ ଗ୍ରାମବାସୀ ନିଜ ଗ୍ରାମରେ ପାଇପ ବିଛାଇବାକୁ ବିଭାଗୀୟ ଯନ୍ତ୍ରୀ ଙ୍କୁ ନିବେଦନ କରିଥିଲେ ମଧ୍ୟ ସେ ପାଇପ ବିଚାଇବାକୁ ମନା କରିବା ସହ ଏ ନେଇ ପ୍ରଶାସନ ପକ୍ଷରୁ ଆଦେଶ ଆଣିବାକୁ କହିଥିଲେ । ତେବେ ଏହାକୁ ନେଇ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କୁ ଭେଟି ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ଦେଇଛନ୍ତି ଗ୍ରାମବାସୀ ।

new life
You might also like
error: Content is protected !!