News
WhatsApp Image 2023-10-04 at 17.25.00
samparksetu

କାଲୁରିଆ ସେବା ସମବାୟ ସମିତି ଧାନମଣ୍ଡିର ଶୁଭାରମ୍ଭ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଲୁରିଆ ସେବା ସମବାୟ ସମିତି ଠାରେ କାଲୁରିଆ ପଞ୍ଚାୟତ ଧାନମଣ୍ଡିର ଶୁଭାରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପ୍ରତାପ ମଲ୍ଲିକ ଯୋଗଦେଇ ଧାନମଣ୍ଡିର ଶୁଭାରମ୍ଭ କରିଥିଲେ।

କାଲୁରିଆ ସେବା ସମବାୟ ସମିତି ସଭାପତି ହିମାଦ୍ରୀ ବିହାରୀ ନାଥଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ସମସ୍ତ ନିର୍ଦ୍ଦେଶକ ମାନେ ଯୋଗ ଦେଇଥିଲେ। ଆଜି ପ୍ରଥମ ମଣ୍ଡିରେ ୧୬ଜଣ ଚାଷୀଙ୍କ ଠାରୁ ୪୫୬ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିଲା। ସଂପାଦକ ଅଜିତ୍ କୁମାର ନାଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ନପୂର୍ଣ୍ଣା ମିଲର ଦ୍ୱାରା ଧାନ କ୍ରୟ କରାଯାଇଥିଲା।

new life
You might also like
error: Content is protected !!