News
WhatsApp Image 2023-10-04 at 17.25.00
samparksetu

ବିଳମ୍ବିତ ରାତି ରେ ଅଗ୍ନିକାଣ୍ଡ ; ଜଳିଗଲା ତିନି ବଖରା ଘର !

ଗତକାଲି ବିଳମ୍ବିତ ରାତି ରେ ଅଗ୍ନିକାଣ୍ଡ ଘଟି ଜଳିଯାଇଛି ତିନି ବଖରା ଘର । ଏହା ସହ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପାଞ୍ଚ ଟି ଗୋରୁ ନିଆଁ ରେ ପୋଡି ହୋଇ ଗୁରୁତର ହୋଇଛନ୍ତି l

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓକାଟେଣୀ ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଏ ଭଳି ଘଟଣା ଘଟିଛି l ଗ୍ରାମ ର ଗତିକୃଷ୍ଣ ସାହୁ ନିଜ ଘରେ ଶୋଇଥିବା ବେଳେ ବିଦ୍ୟୁତ ସଟସର୍କିଟ ରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି l ଯାହା ଫଳରେ ତିନି ବଖରା ଘର ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି l ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।

new life
You might also like
error: Content is protected !!