News
WhatsApp Image 2023-10-04 at 17.25.00
samparksetu

କାମାକ୍ଷାନଗର ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଏନଏସି ସଭାଗୃହରେ କାମାକ୍ଷାନଗର ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ସରକାରଙ୍କ ଖଣି,ଇସ୍ପାତ ଏବଂ ପୁର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହରେ ମହୋତ୍ସବ ପାଳନ ପାଇଁ ଧାର୍ଯ୍ୟ କରାଯାଇଥିବାର ଜଣାପଡିଛି । ପ୍ରତିବର୍ଷକାମାକ୍ଷା କ୍ରୀଡା ମହୋତ୍ସବ ପାଳନ କରାଯାଉଥିଲା । କିନ୍ତୁ ଚଳିତ ବର୍ଷ ଏହା କେବଳ କାମାକ୍ଷାନଗର କ୍ରୀଡା ମହୋତ୍ସବ ନକରି କାମାକ୍ଷାନଗର ମହୋତ୍ସବ କରାଯିବ ବୋଲି ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା ।

ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏନଏସିର ନଗରପାଳ ଧର୍ମାନନ୍ଦ ପରିଡା,ଉପନ ଗରପାଳ ଶକୁନ୍ତଳା ସେଠୀ ,ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ ସାହୁ,ଉପନଗରପାଳ ମାନୀନୀ ସାହୁ,କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ଏନଏସି ନିର୍ବାହୀ ଅଧିକାରୀ ଯତୀନ୍ଦ୍ର ମିଶ୍ର,ଓଡିଶା ଭଲିବଲ ଆସୋସିଏସନର ଉପସଭାପତି ତଥା କାମାକ୍ଷାନଗର ବିଜେଡି ସଭାପତି ଆଦିତ୍ୟପ୍ରସାଦ ଆଚାର୍ଯ୍ୟ,ବିଭିନ୍ନ ପଞ୍ଚାୟତର ସରପଞ୍ଚ ,ଏନଏସିର କାଉନସିଲର , ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇ ମହୋତ୍ସବକୁ ପାଳନ କରିବାକୁ ନିଷ୍ପତି ଗ୍ରହଣ କରିଥିଲେ ।

new life
You might also like
error: Content is protected !!