News
WhatsApp Image 2023-10-04 at 17.25.00
samparksetu

ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ପରିହାସ କରୁଛି ସ୍ବାସ୍ଥ୍ୟ ସେବା ଯୋଜନା!

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡଶୁଆଁଳ ଗାଁ ର ଅଜିତ ପଣ୍ଡା ଗତ ୬/୧୦/୨୦୨୧ ଦିନ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସ୍ଥାନୀୟ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। କାମାକ୍ଷାନଗରରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିଲେ। ପରିସ୍ଥିତି ଗମ୍ଭୀର ଥିବାରୁ ଓ ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବା ହେତୁ ରାତି ତିନିଟାରେ ଘରୋଇ ଡାକ୍ତରଖାନା ନେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ। ପାଖରେ ଟଙ୍କା ନଥିବାବେଳେ ଜୀବନ ବଞ୍ଚାଇବାକୁ ସମ୍ପର୍କୀୟମାନେ ଡାକ୍ତରଖାନାରୁ ଡାକ୍ତରଖାନା ବୁଲିବା ପରେ ଭୁବନେଶ୍ୱର ଆଇଆରସି ଭିଲେଜସ୍ଥିତ ହେଲଥ ଭିଲେଜ ହସ୍ପିଟାଲରେ (Health Village Hospital) ଭର୍ତ୍ତି କରିଥିଲେ।

ଚିକିତ୍ସିତ ହେବାର ଚାରି ଦିନ ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟ ଅବସ୍ଥାରେ କୋୖଣସି ଉନ୍ନତି ପରିଲକ୍ଷିତ ହୋଇ ନାହିଁ। ଅନ୍ୟ ପକ୍ଷରେ ଡାକ୍ତରଖାନାର ବିଲ୍ ଦେବାକୁ ପାଖରେ ତାଙ୍କର ଆଉ ଟଙ୍କା ନାହିଁ। ବିଲ୍ ପୈଠ ହୋଇନଥିବାରୁ ତାଙ୍କର ଚିକିତ୍ସା ବନ୍ଦ କରି ଦେବା ସହ ଡାକ୍ତରଖାନା କର୍ତ୍ତୃପକ୍ଷ ସମ୍ପର୍କୀୟଙ୍କୁ ଧମକ ଦେଲେଣି ଅଜିତଙ୍କୁ ତୁରନ୍ତ ଡାକ୍ତରଖାନାରୁ ନେଇଯିବା ପାଇଁ। ସୂଚନା ଥାଉ କି ଅଜିତ ବର୍ତ୍ତମାନ ଭେଣ୍ଟିଲେଟର ସହାୟତାରେ ବଞ୍ଚିଛନ୍ତି।

ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ଥିବା ବେଳେ ତାଙ୍କ ପାଖରେ ଟଙ୍କାଟିଏ ନଥିବାରୁ ସହାୟତା ପାଇଁ ସମସ୍ତଙ୍କୁ ପ୍ରାର୍ଥନା କରିଛନ୍ତି। ଅଜିତଙ୍କର ତିନୋଟି ସନ୍ତାନ ମଧ୍ୟରେ ଦୁଇ ଜଣ ଝିଅ ଓ ଗୋଟିଏ ପୁଅ। ବଡ଼ ଝିଅଟି ଷଷ୍ଠ ଶ୍ରେଣୀରେ ପଢୁଛି। ରାଜ୍ୟ ସରକାରଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

new life
You might also like
error: Content is protected !!