News
WhatsApp Image 2023-10-04 at 17.25.00
samparksetu

ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ; ଅଧିକାରୀ ଙ୍କୁ ତାଗିଦ କଲେ ଜିଲ୍ଲାପାଳ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକରେ ଆଜି ଜିଲାପାଳ ସରୋଜ କୁମାର ସେଠୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ।କାମାକ୍ଷାନଗର ଉପଖଣ୍ଡରୁ ସମୁଦାୟ ୫୩ଟି ଅଭିଯୋଗ ଆସିଥିବା ବେଳେ କିଛି ବ୍ୟକ୍ତିଗତ ଓ ସାମୁହିକ କିଛି ଅଭିଯୋଗ ଆସିଥିଲା କିଛିର ମଧ୍ୟ ସମାଧାନ ହୋଇଥିଲା ।

ରଡ଼କ୍ରସରୁ ୩୩ ହଜାର ଟଙ୍କା ମଧ୍ୟ ସାହାଯ୍ୟ କରାଯାଇଛି ।ଜିଲାପାଳଙ୍କ ଜନ ଶୁଣାଣି ଚାଲିଥିବା ବେଳେ କେତେକ ଅଧିକାରୀ ନିଦ୍ରା ଯାଇଥିଲେ ଯାହାକୁ ନେଇ ଜିଲାପାଳ ଜାଣିବା ପରେ ତାଗିଦ କରିଥିଲେ ।କହିଲେ ଲୋକଙ୍କ କଥା ବୁଝିବା ପାଇଁ ଏହି ଜନ ଶୁଣାଣି ପରିକଳ୍ପନା କିନ୍ତୁ ଏଠାରେ ଶୋଇଲେ ଲୋକଙ୍କ ସମସ୍ୟା କିପରି ସମାଧାନ ହେବ ଯାହାକୁ ନେଉ ଉଦବେଗ ପ୍ରକାଶ କରିଥିଲେ ଜିଲାପାଳ ।

ଆଜିର ଜନ ଶୁଣାଣି ଶିବିରରେ ସାମୁହିକ ଅଭିଯୋଗ ଭାବରେ ବନ ବିଭାଗ ଉପରେ ଅଧିକ ଆସିଲା ବାଉଁଶପାଳ ଓ କାନପୁରା ପଂଚାୟତର ଅପହଞ୍ଚ ଇଲାକାର ବିକାଶ ପାଇଁ ଯେଉଁସବୁ କାମ ହେଉଛି ତାକୁ ପ୍ରତିବନ୍ଧକ କରୁଛି କାମାକ୍ଷାନଗର ପଶ୍ଚିମାଅଂଚଳ ରେଞ୍ଜ ଯାହାକୁ ନେଇ ଲୋକ ପ୍ରତିନିଧି ଓ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ।

ଜିଲ୍ଲାପାଳ ମଧ୍ୟ ରେଞ୍ଜର ବନ ବିହାରୀ ସର୍ଦାରଙ୍କୁ କହିଲେ ଅପହଞ୍ଚ ଇଲାକା କାମ ଠିକରେ ହେଉ କୌଣସି ଅଯଥାରେ ହଇରାଣ ନକରିବା ପାଇଁ କହିଲେ ।ଏହି ଜନ ଶୁଣାଣୀ ଶିବିରରେ ଅତିରିକ୍ତ ଏସ୍ପି ଭବାନୀ ଶଙ୍କର ଉଦ୍ଗାତା ,କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ,ଜିଲା ମୁଖ୍ୟ ଉନୟନ ଅଧିକାରୀ ତନ୍ମୟ ଦରୱାନ,ମୁଖ୍ୟ ଚିକିତ୍ସା ଅଧିକାରୀ ଅଶୋକ କୁମାର ଦାସ,କାମାକ୍ଷାନଗର ବିଡ଼ିଓ ବିକାଶ କୁମାର ମହାନ୍ତି,ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ,ତହସିଲଦାର ସନ୍ଧ୍ୟାଞ୍ଜଳି ମାଝୀ, ଅତିରିକ୍ତ ତହସିଲଦାର ଝସକେତନ ନାୟକ,ଉପଖଣ୍ଡ ଲୋକ ସୂଚନା ଅଧିକାରୀ କୈଳାସ ବେହେରା ,ଗ୍ରୀଭାନ୍ସର ଲଳିତ ମାଧବ ଚୌଧୁରୀ ଙ୍କ ସମେତ ଜିଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

new life
You might also like
error: Content is protected !!