News
WhatsApp Image 2023-10-04 at 17.25.00
samparksetu

କାମାକ୍ଷାନଗର ସହର ଦେଇ ଚାଲିଲା ଅନୁଗୁଳୁ -ଡୁବୁରି ଯାତ୍ରୀବାହୀ ଟ୍ରେନ୍‌

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ଦେଇ ଯାତ୍ରୀବାହୀ ଟ୍ରେନ୍‌ର ପରୀକ୍ଷାମୂଳକ ଶୁଭାରମ୍ଭ ହୋଇଛି। ଭାରତ ସରକାର ଙ୍କର ରେଳ ବିକାଶ ନିଗମର ଆର୍ଥିକ ସହାୟତା ଓ ସହ ଯୋଗରେ ବାଣିଜ୍ୟ ଓ ଯାତାୟତ ସୁବିଧା ପାଇଁ ଅନୁଗୁଳୁ ଜିଲ୍ଲା ବୁଢ଼ାପଙ୍କ ଷ୍ଟେସନରୁ କାମାକ୍ଷାନଗର ଦେଇ ଯାଜପୁର ଜିଲ୍ଲା ବାଘୁଆ ପାଳ ଷ୍ଟେସନ ପର୍ଯ୍ୟନ୍ତ ରେଳ ଧାରଣା ସଂଯୋଗ କରାଯାଇଛି ।

୧୯୯୬ ମସିହାରେ ଅନୁଗୁଳୁ – ସୁକିନ୍ଦା ୯୨ କି.ମି ରାସ୍ତାକୁ ପୂର୍ବତ୍ତନ କେନ୍ଦ୍ର ରେଳ ମନ୍ତ୍ରୀ ସ୍ୱଗର୍ତ ରାମ ବିଳାସ ପାଶ୍ୱାନ୍ ଙ୍କ ଦ୍ବାରା ଶିଳା ନ୍ୟାଶ କରାଯାଇଥିଲା । କେନ୍ଦ୍ରରେ ବିଜେପି ସରକାର ଆସିବାପରେ କେନ୍ଦ୍ର ରେଳ ବିଭାଗ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବଳିଷ୍ଠ ଉଦ୍ୟମରେ ରେଳପଥ କାର୍ଯ୍ୟ ସଫଳ ହୋଇଛି। ୨୦୦୬ ମସିହାରୁ ଜମି ଅଧିକରଣ ପରେ ୨୦୧୨ ମସିହାରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହାକି ଦୀର୍ଘ୍ର ୧୧ ବର୍ଷ ପରେ ୨୨ ଶହ କୋଟି ଟଙ୍କା ବିନିମୟରେ କାର୍ଯ୍ୟ ଶେଷ ହୋଇଛି । ପୂର୍ବରୁ କେବଳ ୪୬ ଡ଼ବା ବିଶିଷ୍ଟ ମାଲବାଇ ଟ୍ରେନ୍‌ ର ପରୀକ୍ଷାମୂଳକ ଶୁଭାରମ୍ଭ ହୋଇଥିଲା। ୨୧ ତାରିଖ ପୂର୍ବାହ୍ନ ରେ ଇଷ୍ଟକୋଷ୍ଟ ନୂଆ ରେଳ ବିକାଶ ନିଗମ ଲି. ର ନିର୍ବାହୀ ନିର୍ଦ୍ଦେଶକ ସରୋଜ୍ କୁମାର ପାତ୍ର ବୁଢାପଙ୍କ ଷ୍ଟେସନ ଠାରୁ ଶୁଭାରମ୍ଭ କରିଥିଲେ।

ସଂଯୋଗର ମୁଖ୍ୟ ପ୍ରକଳ୍ପ ପରିଚାଳକ ପ୍ରଦୀପ କୁମାର ମହାନ୍ତି, ସାଧାରଣ ପ୍ରକଳ୍ପ ପରିଚାଳକ କିଶୋରୀ ମୋହନ୍ ମିଶ୍ର, ପୂର୍ବତଟ ରେଳପଥ ର ମୁଖ୍ୟ ସୁରକ୍ଷା ଅଧିକାରୀ,ମୁଖ୍ୟ ଧାରଣା ଯନ୍ତ୍ରୀ,ମୁଖ୍ୟ ବିଦ୍ୟୁତ୍ ସମ୍ପ୍ରସାରଣ ଯନ୍ତ୍ରୀ,ମୁଖ୍ୟ ସଂକେତ ଯନ୍ତ୍ରୀ,ପ୍ରକଳ୍ପ ପରିଚରଳକ ଦେବାଶିଷ ମହାନ୍ତି, କାମାକ୍ଷାନଗର ଦ୍ଵାୟିତ୍ଵରେ ଥିବା ପ୍ରକଳ୍ପ ପରିଚାଳକ ରାଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ସଂକେତ ଗୃହ ପରିଦର୍ଶନ,ରେଳ ଧାରଣା ନିରୀକ୍ଷଣ,ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଆଦି ପରିଦର୍ଶନ କରି ସେହି ଟ୍ରେନ ରେ ବାଘୁଆ ପାଳ ଷ୍ଟେସନ ଅଭିମୁଖେ ଯାତ୍ରା କରିଛନ୍ତି ।

ଏଥି ନେଇ କାମାକ୍ଷାନଗର ଅଞ୍ଚଳ ବାସୀ କୃତଜ୍ଞତା ଜଣାଇଛନ୍ତି। ୨୧ ତାରିଖ ପୂର୍ବାହନରେ ଏହି ଯାତ୍ରୀବାହୀ ଟ୍ରେନ୍‌ଟି ବୁଢ଼ାପଙ୍କ ଷ୍ଟେସନରୁ ୧୦:୩୦ ରେ ବାହାରି ରେକୁଳା ଷ୍ଟେସନରେ ୧ ଘଣ୍ଟା ବିରତି ପରେ ବାଘୁଆ ପାଳ ଷ୍ଟେସନ୍‌ କୁ ୬:୩୦ଟାରେ ପହଞ୍ଚିବାର ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

new life
You might also like
error: Content is protected !!