ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ଛକ ନିକଟରେ ପାଣି ପାଇଁ ରାସ୍ତାରେ ଧାରଣା ରେ ବସିଲେ ଗ୍ରାମବାସୀ l ସୂଚନା ଅନୁସାରେ ବାଉଁଶପାଳ ଗ୍ରାମ ପଂଚାୟତ ର ଦେହୁରୀ ସାହି ର ଲୋକ ମାନେ ବାଉଁଶ ପାଳ ଛକ ରେ ପାଣି ପାଇଁ ଜାତୀୟ ରାଜପଥ ୫୩ କୁ ଅବରୋଧ କରିଛନ୍ତି l
ସେମାନଙ୍କ କହିବା ଅନୁସାରେ ଗାଁ ରେ ପାନୀୟ ଜଳର ଅସୁବିଧା ରହିଛି l ଗାଁ ର ସରପଞ୍ଚ ଙ୍କୁ କହିଲେ ମଧ୍ୟ ପାନୀୟ ଜଳ ର କୌଣସି ପ୍ରକାରର ସମାଧାନ ହୋଇ ପାରୁନାହିଁ l ତେଣୁ ଗାଁ ର ଶତାଧିକ ମହିଳା ପୁରୁଷ ଗରା ବାଲ୍ଟି ଧରି ରାଜରାସ୍ତା କୁ ଓଲ୍ହାଇଛନ୍ତି ଯାହାଫଳରେ ଯାଜପୁର, କାମାକ୍ଷାନଗର, ଅନୁଗୁଳ, ତାଳଚେର ରାସ୍ତା ସମ୍ପୂର୍ଣ ଭାବେ ଅବରୋଧ ହୋଇ ରହିଛି l ରାସ୍ତା ର ଦୁଇ ପାର୍ଶ୍ୱ ରେ ଅନେକ ଗାଡି ଅଟକି ରହିଛି l ଘଟଣା ସ୍ଥଳରେ କାମାକ୍ଷାନଗର ଥାନା ଅଧିକାରୀ, ବିଡ଼ିଓ ଓ ବିଭାଗୀୟ ଯନ୍ତ୍ରୀ ମାନେ ପହଂଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।