News
WhatsApp Image 2023-10-04 at 17.25.00
samparksetu

ହାତୀ ଉପଦ୍ରବ ; ଭାଙ୍ଗୁଛି ଘର-ନଷ୍ଟ କରୁଛି ଫସଲ, ଚିନ୍ତାର ଅଞ୍ଚଳବାସୀ

ହାତୀ ଉପଦ୍ରବରେ ଭାଙ୍ଗୁଛି ଘର , ଉଜୁଡୁଛି ଫସଲ ନଷ୍ଟ ହେଉଛି ଧନ ଜୀଵନ । ଢେଙ୍କାନାଳ ଜିଲ୍ଲା ରେ ଦେଖିବାକୁ ମିଳୁଛି ହାତୀର ଅପଦ୍ରବ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏପରିକି ସୁରକ୍ଷା ଦେବାରେ ବନବିଭାଗ ବିଫଳ ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି ।

ଖବର ଅନୁଯାୟୀ, ଗଁଦିଆ ଛାଟିଆ ଗାଁ ରେ ଗୋଟିକିଆ ଦନ୍ତା ହାତୀର ଉପଦ୍ରବ ଦେଖୁବାକୁ ମିଳିଛି , ବହୁଦିନ ହେବ ଏହି ଅଞ୍ଚଳରେ ଏକ ଦନ୍ତା ରହୁଥିବା ର ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି ।

ରାତି ଅଧରେ ଏହି ଅଞ୍ଚଳର ଛାଟିଆ ଗ୍ରାମର ଗିରିଶ ଚନ୍ଦ୍ର ବିଶ୍ୱାଳ ଙ୍କ ଘର କାନ୍ଥ ଭାଙ୍ଗି ବାଡ଼ିରେ ପଶି ୮ ଗୁଣ୍ଠ କଖାରୁ ବଗିଚା ନଷ୍ଟ କରିବା ସହିତ କଦଳୀ ବଗିଚା ନଷ୍ଟ କରିଛି ଓ ସେହି ଗ୍ରାମର ଉଲ୍ଲାସ ଚନ୍ଦ୍ର ରାଉତଙ୍କ ବଗିଚା ରେ ଫସଲ ନଷ୍ଟ କରିବା ସହିତ ଚୁନା ଧାନ କୁ ଖାଇକି ନଷ୍ଟ କରିଛି, ହାତୀ ଉପଦ୍ରବ ରେ ଗ୍ରାମବାସି ଭୟଭୀତ ହୋଇ ରହିଛନ୍ତି ।

ଅନ୍ୟପଟେ କାମାକ୍ଷାନଗର ବ୍ଳକ୍ କଣ୍ଟାପାଳ ପଞ୍ଚାୟତ କାଳିଆହତା ଗ୍ରାମର ଆନଦି ସାହୁ ଏବଂ ସୁବଳ ସାହୁ ଗତକାଲି ରାତି ପ୍ରାୟ ୮ଟା ସମୟରେ ହାତୀ ଦ୍ୱାରା ଆଳୁ ଫସଲ ନଷ୍ଟ ହୋଇଥିବାର ସୂଚନା ମିଳିଛି ।ଗାଁକୁ ସୁରକ୍ଷା ଦେବାରେ ବନବିଭାଗ ପୁରା ଫେଲ୍‌ ମାରିଛି ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!