News
WhatsApp Image 2023-10-04 at 17.25.00
samparksetu

ଗୁଳି ମାଡ଼ରେ ଯୁବକଙ୍କ ମୃତ୍ୟୁ !

କାମାକ୍ଷାନଗର ଥାନା ଅନ୍ତର୍ଗତ ହାଡ଼ଗରୀଠାରେ ଆଜି ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଏହି ଥାନା ଅନ୍ତର୍ଗତ କାନପୁରା ଗ୍ରାମର ମୀନକେତନ ଦଳେଇ(୪୫)। ମୀନକେତନ ଟାଟା ମାଇନ୍ସରେ କାର୍ଯ୍ୟ କରନ୍ତି। ରବିବାର ଅପରାହ୍ନରେ ଘରକୁ ଏକ ସ୍କୁଟିରେ ଫେରୁଥିବା ସମୟରେ ହାଡ଼ଗରୀଠାରେ କେହି ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିଲା।

ଗୁଳି ତାଙ୍କ ଅଣ୍ଟା ପାଖରେ ବାଜିଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ପାଖରେ ଥିବା କେତେକ ଗ୍ରାମବାସୀ ମୀନକେତନ ପଡିଯିବାର ଦେଖି ପାଖରେ ପହଞ୍ଚିଲା ବେଳକୁ ମୀନକେତନ ଗୁରୁତର ଭାବେ ଆହତ ହୋଇଥିବା ଦେଖି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

new life
You might also like
error: Content is protected !!