News
WhatsApp Image 2023-10-04 at 17.25.00
samparksetu

ଖାଲିଖାଲି ରେ ଚାଲିଛି ଉପଖଣ୍ଡ ଚିକିତ୍ସାଳୟ : ଅଧା ଡାକ୍ତର ପଦବୀ ଫାଙ୍କା

ଢେଙ୍କାନାଳ ଜିଲ୍ଲା ର ସର୍ବବୃହତ ଉପଖଣ୍ଡ ଭାବେ କାମାକ୍ଷାନଗର ଉପଖଣ୍ଡ କୁ ବିବେଚନା କରାଯାଏ l ଏହି ଉପଖଣ୍ଡ ରେ ଥିବା ବହୁପୁରାତନ ମେଡିକାଲ ର ସ୍ଥିତି ଏବେ ଜରାଜୀର୍ଣ୍ଣ ଅବସ୍ଥା ରେ ରହିଛି l ନା ଅଛନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର ନା ଅଛନ୍ତି କର୍ମଚାରୀ l କହିବାକୁ ଗଲେ ଏଠାକୁ ଆସୁଥିବା ରୋଗୀ ମାନେ ଭଗବାନ ଙ୍କ ଭରସା ରେ ରହୁଛନ୍ତି l

କାମାକ୍ଷାନଗର ଉପଖଣ୍ଡ ର ଚାରୋଟି ବ୍ଲକ ଯଥା କାମାକ୍ଷାନଗର, ଭୁବନ, ପରଜଙ୍ଗ, କଙ୍କଡାହାଡ଼ ସମେତ ପଡୋଶୀ କେଉଁଝର ଜିଲ୍ଲା ର ତେଲକୋଇ ଉପଖଣ୍ଡ ର ପ୍ରାୟ ତିନି ଲକ୍ଷ ରୁ ଉର୍ଦ୍ଧ ଲୋକ ଏହା ଉପରେ ନିର୍ଭରଶିଳ l କିନ୍ତୁ ଗତ ତା ୧-୮-୨୧ ରିଖ ଠାରୁ ଏଠାରେ ଏସଡ଼ିଏମଓ ପଦବୀ ଖାଲି ରହିଛି l ଜଣେ ବରିଷ୍ଠ ଡାକ୍ତର ଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଦେଇ ସ୍ୱାସ୍ଥ୍ୟ ବିଭାଗ ନିଜ ମୁଣ୍ଡ ରୁ ଦାୟିତ୍ୱ ଖସାଇ ଦେଇଛି l ସେହିପରି ସର୍ଜରୀ, ଶିଶୁ ବିଭାଗ, ମେଡ଼ିସିନ ବିଭାଗ, ଆଖି ବିଭାଗ, ରେ ଆବଶ୍ୟକ ଡାକ୍ତର ନଥିବାରୁ ରୋଗୀ ମାନେ ଢେଙ୍କାନାଳ ଓ କଟକ ଯାଇ ଅଯଥା ରେ ନାହିଁନଥିବା କଷ୍ଟ ଭୋଗୁଛନ୍ତି l

ମେଡିକାଲ ପରିସରରେ ଏକ ରକ୍ତଭଣ୍ଡାର ରହିଥିବା ବେଳେ ତାହା ମଧ୍ୟ ନେତୃତ୍ୱ ଅଭାବ ରୁ ଏବେ କୋମା ରେ ରହିଛି l କୌଣସି ରକ୍ଷଣl ବେକ୍ଷଣ କରାଯାଉ ନଥିବା ଯୋଗୁ ରକ୍ତଭଣ୍ଡାର ଟି କାର୍ଯ୍ୟକ୍ଷମ ହୋଇପାରୁନାହିଁ l ଫଳରେ ରକ୍ତ ଅଭାବରୁ ଏଠାରେ ଅନେକ ରୋଗୀ ମୃତ୍ୟୁ ମୁଖ ରେ ପଡୁଥିବା ବେଳେ ଆଉ କିଛି ରୋଗୀ ରକ୍ତ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି l

ଅନେକ ଥର ରକ୍ତଭଣ୍ଡାର ଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ବହୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଦାବି କରି ଆସୁଥିବା ବେଳେ ମଧ୍ୟ ସ୍ଥାନୀୟ ନେତୃତ୍ୱ ଓ ପ୍ରଶାସନ ର ବୈମାତୃକ ମନୋଭାବ ଯୋଗୁଁ ଏହା କାର୍ଯ୍ୟ କରିପାରୁନାହିଁ l ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେଉଁ ମେଡିକାଲ ରେ ଡାକ୍ତର ନାହାନ୍ତି, କର୍ମଚାରୀ ନାହାନ୍ତି ସେଠାରେ ଏକ ବିଶାଳ ନୂତନ ବହିଁବିଭାଗ କୋଠା ନିର୍ମାଣ କରାଯାଇଛି l ଯାହା ସାଧାରଣ ରେ ହାସ୍ୟାସ୍ପଦ ଘଟଣା ହୋଇଛି l ରାଜ୍ୟ ସରକାର ବିଭିନ୍ନ ମେଡିକାଲ ଗୁଡିକ ରେ ସ୍ୱାସ୍ଥ୍ୟସେବା ର ଉନ୍ନତିକରଣ କାର୍ଯ୍ୟ କରୁଥିବା ବେଳେ କେବେ କାମାକ୍ଷାନଗର ମେଡିକାଲ ରେ ଥିବା ବିଭିନ୍ନ ସମସ୍ୟା ର ସମାଧାନ କରିବେ ତାହାକୁ ସ୍ଥାନୀୟ ଜନସାଧାରଣ ଚାତକ ଭଳି ଚାହଁ ବସିଛନ୍ତି l

new life
You might also like
error: Content is protected !!