News
WhatsApp Image 2023-10-04 at 17.25.00
samparksetu

୫ ଟି ବାଇକ ଉପରେ ଚଢିଗଲା କାର , ଡେଲିଭରି ବଏ ଗୁରୁତର

କାର ଧକ୍କା ରେ ଫ୍ଲିପକାର୍ଡ ଡେଲିଭରି ବଏ ଗୁରୁତର। ଗୁରୁତର ଡେଲିଭରି ବଏ ହେଲେ କାମାକ୍ଷାନଗର ଥାନା ବିଜାଡିହ ଗ୍ରାମର ବିଭୁଦତ ମହାଭୋଇ ।

ସୂଚନା ଅନୁଯାୟୀ , ଆଜି ଅପରାହ୍ନରେ ସମୟରେ କାମାକ୍ଷାନଗର ସହରର ଦାସିପୋଖରୀ ନିକଟରେ ଥିବା ଫ୍ଲିପକାର୍ଡ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀ ମାନେ ଗାଡିଗୁଡିକ ରଖି କାର୍ଯ୍ୟଳୟ ଭିତରକୁ ଯାଇଥିଲେ।

ରେକୁଳା ପଟୁ ଏକ ହୁଣ୍ଡାଇ କାର ଭାରସମ୍ୟ ହରାଇ ଫ୍ଲିପକାର୍ଡ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ବାଇକ ଗୁଡିକ ଉପରେ ଚଢିଯାଇଥିଲା। ଏହି ସମୟରେ ଫ୍ଲିପକାର୍ଡ ଡେଲିଭରି ବଏ ବିଭୁଦତ କାର୍ଯ୍ୟାଳୟକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ କାରଟି ଧକ୍କା ଦେଇଥିଲା।

ଫଳରେ ତାଙ୍କର ବାମ ଜଙ୍ଘରେ ଗଭିର ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ସହ ୫ ଟି ବାଇକ ଉପରେ ମଧ୍ୟ କାର ଚଢି ଯାଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡିଟିକୁ ଯବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

new life
You might also like
error: Content is protected !!