ଦୀର୍ଘ ୧୭ ବର୍ଷ ଧରି ଦେଶ ର ସେବା କରି ନିଜ କାର୍ଯ୍ୟ ରୁ ଅବ୍ୟାହତି ନେଇଛନ୍ତି କାମାକ୍ଷାନଗର ବ୍ଲକ କାନପୁରା ବୀର ସୈନିକ ଶଶୀକାନ୍ତ ରାଉତ l ଆଜି ନିଜ ସେବା ରୁ ନିବୃତ ହୋଇ କାମାକ୍ଷାନଗର ସ୍ଥିତ ଅବସର ପ୍ରାପ୍ତ ସୈନିକ ସଙ୍ଘ କାର୍ଯ୍ୟାଳୟ ରେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l
ପରେ ଏକ ଶୋଭାଯାତ୍ରା ରେ ତାଙ୍କୁ ନିଜ ଗ୍ରାମ କାନପୁରା କୁ ପାଛୋଟି ନିଆଯାଇଥିଲା l ସେଠାରେ ସ୍ଥାନୀୟ ଗ୍ରାମର ବାସିନ୍ଦା ତାଙ୍କୁ ସ୍ୱାଗତ କରିବା ସହ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ l କାମାକ୍ଷାନଗର ସହର ରେ ନିଜସ୍ୱ ଉଦ୍ୟମ ରେ ଏକ ଡିଫେନ୍ସ ଏକାଡେମୀ ପ୍ରତିଷ୍ଠା କରିବା ସହ ଭାରତମାତା ଙ୍କ ସେବା ପାଇଁ ସ୍ଥାନୀୟ ଯୁବକ ଙ୍କୁ ସମସ୍ତ ସହାୟତା ପ୍ରଦାନ କରିବାକୁ ଶଶୀକାନ୍ତ ନିଜ ବକ୍ତବ୍ୟ ରେ ଘୋଷଣା କରିଥିଲେ l ଏହି ଅବସର ରେ କାମାକ୍ଷାନଗର ଅବସର ପ୍ରାପ୍ତ ସୈନିକ ସଙ୍ଘ ର ସଭାପତି ରବିନାରାୟଣ ସାହୁ, ବିକାଶ କୁମାର ସେଠି ଓ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ ।