News
WhatsApp Image 2023-10-04 at 17.25.00
samparksetu

କଙ୍କଡାହାଡ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ ବ୍ଲକ କନ୍ଧରା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଏହି ବାଷିର୍କ ଉତ୍ସବରେ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପରଜଙ୍ଗ ବିଧାୟକ ଡ.ନୃସିଂହ ଚରଣ ସାହୁ, ସମ୍ମାନୀତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର,ଉପାଧ୍ୟକ୍ଷା ଦୀପା ସାହୁ,ସରପ ଅନସୂୟା ସାହୁ, ପୂର୍ବତନ
ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ, ଓ ବିମଳକୁମାର ସାହୁ ଯୋଗ ଦେଇଥିଲେ ।

ବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା ୪ଶହ ଛାତ୍ରଛାତ୍ରୀଙ୍କୁ ଉଚିତ ଶିକ୍ଷାଦାନ ସହିତ ଦେଶ ତଥା ରାଜ୍ୟରେ ସୁନାମ ଅର୍ଜନ କରିବା ପାଇଁ ଅତିଥି ମାନେ ପ୍ରକାଶ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ କମଳ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିକ ବାର୍ଷିକ ଉତ୍ସବରେ ଇତିଶ୍ରୀ ପାଣି ଏବଂ ନରେନ୍ଦ୍ର ଗୋଛାୟତ, ସାଗର କୁମାରଟୁଡୁ,ଇପ୍ସିତା କର,ଅନୁପମା ସେଠୀ,ମିତାଲି ପ୍ରଧାନ, ବିଚାର ରାଉତ,ଲିଲିମା ମହାପାଟ,ଆରତୀ ଅରୁନ୍ଧତୀ ସହଯୋଗ କରିଥିଲେ ।

ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ର ଭାବରେ ଗାନ୍ଧିଜୀ ବେହେରା,ଖେଳାଳୀ ଭାବରେ ଡମ୍ବରୁଧର ବରାଳ,ମୋନାଲିସା ବିଶ୍ୱାଳ,ଚାମ୍ପିଆନ ଭାବରେ ଅରସ୍ମିତା ସୋମରନ ସିଂହଙ୍କୁ ପୁରସ୍କୃତ କରାଯାଇଥିଲା ।

new life
You might also like
error: Content is protected !!