News
WhatsApp Image 2023-10-04 at 17.25.00
samparksetu

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଗୁରୁତର !

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କେରେଜୋଳି ପଞ୍ଚାୟତ ଅନ୍ତର୍ଗତ କଲଦା ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ଜଣ ସଦସ୍ୟ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ କଲଦା ଗାଁର ପଙ୍କଜ ମହାନ୍ତ(୪୫) ,ସ୍ତ୍ରୀ ଗୌରୀ ମହାନ୍ତ(୪୦) ଓ ଝିଅ ଚିନ୍ମୟୀ ମହାନ୍ତ(୧୯) ।

ସୂଚନା ଅନୁଯାୟୀ, ସୋମବାର ଦିନ ସକାଳ ପ୍ରାୟ ୬ଟା ବେଳେ ପଙ୍କଜ ନିଜ ଚାଷ ଜମିକୁ ଯାଇଥିଲେ । ସେଠାରୁ ସେ କିଛି ଜଙ୍ଗଲୀ ଛତୁ ଘରକୁ ଆଣିଥିଲେ । ଅପରାହ୍ନ ସମୟରେ ପରିବାରର ସମସ୍ତ ସଦସ୍ୟ ସେହି ଜଙ୍ଗଲୀ ଛତୁକୁ ଖାଇଥିଲେ । ଖାଇବାର କିଛି ସମୟ ପରେ ପରିବାରର ସମସ୍ତ ସଦସ୍ୟ ଅସୁସ୍ଥ ଅନୁଭବ କରିବା ସହ ଗୁରୁତର ହୋଇଥିଲେ । ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବା ଡାକ୍ତରଙ୍କ ସୂତ୍ରରୁ ଖବର ମିଳିଛି ।

new life
You might also like
error: Content is protected !!