News
WhatsApp Image 2023-10-04 at 17.25.00
samparksetu

ପୁଅର ଟାଙ୍ଗିଆ ଚୋଟ ରେ ବାପର ମୃତ୍ୟୁ ଘଟଣା ; ଗିରଫ ହେଲା ପୁଅ

ବାପା ହତ୍ୟାକାରୀ ପୁଅକୁ ଗିରଫ କଲା ପୋଲିସ । କେନ୍ଦୁଝର ଜିଲ୍ଲାର ଗିରଫ କଲା ପୋଲିସ ।

ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କରଗୋଳ ପଞ୍ଚାୟତ ର ଡ଼ଙ୍ଗାପାଳ ଗ୍ରାମରେ ସନାତନ ମହାନ୍ତଙ୍କ ପୁଅ ତପନ ମହାନ୍ତ ଗତ ମେ ମାସ ୨୩ ତାରିଖରେ ମଦ୍ୟପ ଅବସ୍ଥାରେ ନିଜ ଘରକୁ ଆସିଥିଲା, ତେବେ ସମ୍ପତ୍ତି ଭାଗବଣ୍ଟା କୁ ନେଇ ସନାତନ ଏବଂ ତପନ ଙ୍କ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଥିଲା ବଚସା ଏତେ ଉଗ୍ରରୂପ ନେଇଥିଲା ଯେ ତପନ ଏକ ଟାଙ୍ଗିଆ ଯୋଗେ ନିଜ ବାପକୁ ଗୋଡ଼ାଇ ଗୋଡାଇ ହାଣିଥିଲା ।

ଏପରିକି ଏଭଳି ବିଭତ୍ସ କାଣ୍ଡକୁ ରୋକିବାକୁ ଯାଇ ତପନଙ୍କ ଭଉଣୀ ସୁଜାତା ମହାନ୍ତ ତାକୁ ଅଟକାଇଥିବା ବେଳେ ତପନର ଆକ୍ରମଣରୁ ବର୍ତ୍ତି ନଥିଲେ ସୁଜାତା । ଏହି ନରକୀୟ କାଣ୍ଡ ଘଟାଇ ତପନ ଘଟଣା ସ୍ଥଳରୁ ଚମ୍ପଟ ମାରିବା ପରେ , ସନାତନ ଏବଂ ସୁଜାତା ଉଭୟଙ୍କୁ କାମାକ୍ଷାନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ।

ଅଭିଯୁକ୍ତ ପୁଅ ସେହି ଦିନଠାରୁ ଫେରାର ଥିବା ବେଳେ କେନ୍ଦୁଝର ରୁ ପୋଲିସ ତାଙ୍କୁ ଗିରଫ କରିଛି ।

new life
You might also like
error: Content is protected !!