News
WhatsApp Image 2023-10-04 at 17.25.00
samparksetu

ଦାଦନ ଖଟିବାକୁ ଯାଇ ଜଳିଗଲା ଗୋଡ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ ବ୍ଲକ କେରଯୋଳି ପଞ୍ଚାୟତ ଝାଞ୍ଜିରି ବେରେଣା ଗ୍ରାମର ଜଣେ ଯୁବକ କେରଳକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଗରମ ପିଚୁ ଢଳିଯିବାରୁ ଗୋଡଟି ସମ୍ପୂର୍ଣ୍ଣ ଭାବରେ ପୋଡିଯାଇଛି ।

ଗୋଡଟି ଦିନକୁ ଦିନ ସଂକ୍ରମିତ ହେଉଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ଘରେ ବେସାହାରା ହୋଇ ପଡିରହିଛନ୍ତି । ଝାଞ୍ଜିରି ବେରେଣା ଗ୍ରାମର ତ୍ରିଲୋଚନ ପ୍ରଧାନ(୪୮) ଦାଦନ ଖଟିବା ପାଇଁ କେରଳ ଯାଇଥିଲେ । ସେଠାରେ ଗତ ଡିସେମ୍ବର ୩୧ ତାରିଖ ଦିନ ନାଭାଲ ଏକାଡେମୀ ଭିତରେ ରାସ୍ତା କାର୍ଯ୍ୟ କରୁଥିବା ବେଳେ ରାସ୍ତାରେ ପିଚୁ ପକାଇବା ପାଇଁ ପିଚୁ ଡ୍ରମକୁ ନିଆଁରେ ଗରମ କରୁଥିଲେ ।

ଏହି ସମୟରେ ପିଚୁ ଡ୍ରମଟି ହଠାତ୍ ଫାଟି ଯାଇଥିଲା । ଫଳରେ ଗରମ ପିଚୁ ତ୍ରିଲୋଚନଙ୍କ ଗୋଡରେ ଢାଳି ହୋଇଯିବାରୁ ଗୋଡଟି ସମ୍ପୁର୍ଣ୍ଣ ଭାବରେ ପୋଡି ଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଟିକେ ଭଲ ହେବାରୁ ତାଙ୍କ ମେସରେ ଆଣି ରଖାଯାଇଥିଲା । ସେଠାରେ ଚିକିତ୍ସା କରାଯାଉଥିବା ବେଳେ ଠିକାଦାର କାମ ନକରି ପାରିବାରୁ ମଜୁରୀ ଦେଇନଥିଲା କିମ୍ବା ଚିକିତ୍ସା ପାଇଁ ଖର୍ଚ୍ଚ ମଧ୍ୟ ଦେଇନଥିଲା ।

କୌଣସି ଉପାୟରେ କେରଳରୁ ବହୁ କଷ୍ଟରେ କଙ୍କଡାହାଡରେ ଥିବା ନିଜ ଗ୍ରାମକୁ ଫେରି ଆସିଛନ୍ତି । ସେଠାରୁ ଫେରିବା ପରେ ଗୋଡର ମାଂସ ପଚିଯିବା ସହିତ ମାଂସ ନଷ୍ଟ ହେବାରେ ଲାଗିଛି । ଏଭଳି ସ୍ତରରେ ତ୍ରିଲୋଚନ ବହୁ କଷ୍ଟରେ ରହୁଥିବା ବେଳେ ଗରିବ ପରିବାର ନିକଟରେ ଚିକିତ୍ସା ପାଇଁ ଟଙ୍କା ଟିଏ ମଧ୍ୟ ନାହିଁ । ଘରେ ପରିବାର ପତି ପତ୍ନୀଙ୍କ ସହିତ ଗୋଟିଏ ଛୋଟ ପୁଅ ରହିଛି । କାମକୁ ଯାଇ ପାରୁନଥିବାରୁ ଭୋକ ଉପାସରେ ରହିବାକୁ ପଡୁଛି । ଏପରି ସ୍ଥଳରେ ଗରିବ ପରିବାରକୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

new life
You might also like
error: Content is protected !!