କଙ୍କଡାହାଡ଼ ବ୍ଲକ ବିରିବୋଲାଇ ଗ୍ରାମ ବାସୀ ସରକାରୀ ଜାଗା ବିବାଦକୁ ନେଇ ଗ୍ରାମ ବାସୀ ବିରିବୋଲାଇ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିଥିଲେ ।ଗ୍ରାମ ବାସୀଙ୍କ ଅଭିଯୋଗ ଥିଲା ଖାତା ନମ୍ବର-୨୫୭,୨୬୦,ପ୍ଲଟ ନମ୍ବର-୨୯୩୮,୨୯୩୯,୨୯୦୮,୨୯୫୩ ଜାଗାରେ ଘର ନିର୍ମାଣ କୁ ବିରୋଧ କରି ବିରିବୋଲାଇ ଗ୍ରାମ ବାସୀ ୧୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ l
ସେତେବେଳେ ତହସିଲଦାର ଆସି ଗ୍ରାମ ବାସୀଙ୍କୁ କହିଥିଲେ ଯେତେ ପର୍ଯ୍ୟନ୍ତ ଜମି ବିବାଦ ସମାଧାନ ହେଇ ନାହିଁ ସେତେ ପର୍ଯ୍ୟନ୍ତ ବିବାଦୀୟ ଜାଗାରେ କେହି ଗୃହ ନିର୍ମାଣ କରି ପାରିବେ ନାହିଁ ଏବଂ ଯେଉଁ ମାନେ ଗୃହ ନିର୍ମାଣ କରିଛନ୍ତି ସେମାନେ ସେହି ଘର ଗୁଡିକ ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ନିର୍ମାଣ କରି ପାରିବେ ନାହିଁ ବୋଲି ଗ୍ରାମବାସୀ ଲିଖିତ ଭାବେ ରାଜସ୍ୱ ନିରୀକ୍ଷକ ଶିବରାମ ବାରିକ ଙ୍କ ଦ୍ଵାରା ତହସିଲଦାର ଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି।
ଏହି ଖବର ପାଇ କଙ୍କଡାହାଡ଼ ରାଜସ୍ୱ ପରିଦର୍ଶକ ସଞ୍ଜୟ କୁମାର ବରାଳ, କର୍ମଚାରୀ ବିଶ୍ଵଜିତ କଂହର ପହଁଚି ଲୋକମାନେ ଙ୍କୁ କହିଥିଲେ ଶୁକ୍ରବାର ଦିନ ଜଗାର ଡିମାସ୍କନ ହେବ ଏହା ସହିତ ବିବାଦୀୟ ଜାଗାରେ ଘର କରୁଥିବା ଲୋକଙ୍କୁ ମନା କରିଥିଲେ ଘର ନିର୍ମାଣ ନକରିବା ପାଇଁ ।ଏହା ପରେ ଗ୍ରାମବାସୀ ଧାରଣାରୁ ଉଠିଥିଲେ ।ଧାରଣାରେ ଗ୍ରାମବାସୀଙ୍କ ତରଫରୁ ସଭାପତି ବସନ୍ତ କୁମାର ସାହୁ,ଭୁବନେଶ୍ୱର ସାହୁ,ବିରଞ୍ଚି ସାହୁ,ଗତିକୃଷ୍ନ ସାହୁ ସହିତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।