News
WhatsApp Image 2023-10-04 at 17.25.00
samparksetu

ମେରୁଦଣ୍ଡ ଭାଙ୍ଗିବାରୁ ଯୁବକ ଶଯ୍ୟାଶାୟୀ

ମେରୁଦଣ୍ଡ ଭାଙ୍ଗି ଯୁବକ ଆକର୍ମଣ୍ୟ ! ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାପାଳ ଗ୍ରାମ ସେଣ୍ଡିଆପଶି ସାହିର ଗୋଲେଖ ମହାନ୍ତଙ୍କ ସାନ ପୁଅ ଦେବବ୍ରତ ମହାନ୍ତ ବୟସ( ୩୧) ।

ଦୁଇ ବର୍ଷ ତଳେ ନିଜ ଘରେ ଘର କାମ କରୁଥିବା ସମୟରେ ଡାଳ ଛାମୁଣ୍ଡା ଅସାବଧାନତା ସକାଶେ ଡାଳ ଛାମୁଣ୍ଡାଟି ଭାଙ୍ଗି ଦେବବ୍ରତ ମହାନ୍ତଙ୍କ ଅଣ୍ଟାରେ ପଡି ଯାଇଥିଲା ଯାହାଫଳରେ ଦେବବ୍ରତ ଘଟଣା ସ୍ଥଳରେ ଗୁରୁତର ହୋଇଥିଲେ ।

ଗୁରୁତର ଅବସ୍ଥାରେ ଦେବବ୍ରତଙ୍କୁ ସଙ୍ଗେ ସଙ୍ଗେ କଟକ ବଡ଼ ମେଡିକାଲ କୁ ନିଆ ଯାଇଥିଲା । ସେଠାରେ ଦେବବ୍ରତଙ୍କର ଚାରି ମାସ ଚିକିତ୍ସା କରାଯାଇଥିଲା , କିନ୍ତୁ ଦେବବ୍ରତ ଙ୍କର ଅଣ୍ଟାରେ ଗଭୀର ଆଘାତ ଲାଗିଥିବାରୁ ମେରୁଦଣ୍ଡଟି ଭାଙ୍ଗି ଯାଇଥିଲା ।

ଚାରିମାସ ଚିକିତ୍ସା ପରେବି ମଧ୍ୟ ଦେବବ୍ରତଙ୍କ ଅଣ୍ଟା ଠାରୁ ଗୋଡ ପର୍ଯ୍ୟନ୍ତ ଚଳ ପ୍ରଚଳ ହୁଇ ପାରିଲା ନାହିଁ ! ଶେଷରେ ମେଡିକାଲ ରୁ ଘରକୁ ଫେରାଇ ଆଣି ଥିଲେ ଓ ଡାକ୍ତରଙ୍କ ପରାମର୍ଶ ମୁତାବକ ଔଷଧ ଖାଇବା ସହିତ ମାସକୁ ଥରେ ମେଡିକାଲ ଯିବାକୁ ପଡିଥିଲା ।

ଯାହାକି ପରିବାର ରେ ଅର୍ଥର ଅଭାବ ରହିଛି ,ଦେବବ୍ରତଙ୍କ ସହଧର୍ମିଣୀ ବୀଣପାଣି ମହାନ୍ତ ପର ଘରେ ମୂଲ ଦୁଃଖ କରି ନିଜ ପରିବାର ଚଳାଇବା ସହିତ ପିଲା ମାନଙ୍କ ପଢିବା ଖର୍ଚ୍ଚ ତୁଲାଇଥାନ୍ତି । ପରିବାର କହିଲେ ବୃଦ୍ଧ ବାପା, ବୃଦ୍ଧା ମା,ସ୍ତ୍ରୀ,ଗୋଟିଏ ଦଶବର୍ଷର ପୁଅ ଓ ଗୋଟିଏ ଝିଅ ଆଠ ବର୍ଷର । ବଡ ଭାଇ ତିନି ମାସ ତଳେ କୀଡନୀ ରୋଗରେ ମୃତ ବରଣ କରିଛନ୍ତି, ପାଖରେ ବିଧବା ଭାଉଜ ଓ ତାଙ୍କର ଦୁଇଟି ପୁଅ ଝିଅକୁ ଧରି ଦିଅର ସାହା ଭରସାରେ ଚଳୁଛନ୍ତି ।

ପରିବାରେ ରେ ସାହାରା କହିଲେ ବୃଦ୍ଧ ବାପା, ବୃଦ୍ଧା ମା ।ଏଭଳି ପରିସ୍ଥିତି ରେ ଘର ଚଳେଇଵା ତାଙ୍କ ପକ୍ଷେ କଷ୍ଟ କର ହୋଇ ପଡିଛି । ନିଜର ଜମି ବାଡ଼ି ଯାହାବି ଥିଲା ବିକ୍ରି କରି ଦୁଇ ପୁଅଙ୍କ ଚିକିତ୍ସାରେ ଖର୍ଚ୍ଚ କରି ଦେବବ୍ରତଙ୍କ ପରିବାର ନିରୁପାୟ ହୋଇ ପଡିଛନ୍ତି ।

ଦେବବ୍ରତ ମହାନ୍ତଙ୍କୁ ଉତ୍ତମ ଚିକିତ୍ସା ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କିଛି ଆର୍ଥିକ ସହାୟତା ଏବଂ ତାଙ୍କୁ ଦିମୁଠା ଖାଇବା ପାଇଁ ଅନ୍ତୋଦୟ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହିତ ଆବାସ ଯୋଜନାରେ ଘରଟିଏ ଦେଇ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହୋଇଛି ।

new life
You might also like
error: Content is protected !!