ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ବିଦ୍ୟୁତ ଫ୍ୟୁଜ ସଜାଡୁଥିବା ବେଳେ ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳି ଯାଇଛନ୍ତି । ଗୁରୁତର ଯୁବକ ଜଣକ କଣ୍ଟାପାଳ ଗାଁର ବିନୟ ପଧାନ । ବିନୟ ବିଦ୍ୟୁତ ଫ୍ୟୁଜ ସଜାଡୁଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ ।
ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ପ୍ରାୟ ଅର୍ଦ୍ଧେକ ଅଂଶ ବିଦ୍ୟୁତ ଆଘାତରେ ଜଳିଯାଇଥିବା ଜଣାପଡିଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।