News
WhatsApp Image 2023-10-04 at 17.25.00
samparksetu

ଜରାଜୀର୍ଣ୍ଣ ଅବସ୍ଥାରେ ୧୭୫ ବର୍ଷର ଭଣ୍ଡାରଘର ,ସଂରକ୍ଷଣ ପ୍ରତି ଦୃଷ୍ଟି ଦେଉନି ପ୍ରଶାସନ

ଜରାଜୀର୍ଣ୍ଣ ଅବସ୍ଥାରେ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ୧୭୫ ବର୍ଷର ଭଣ୍ଡାରଘର । ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରାଚୀନ ଐତିହ ଏବଂ ଧ୍ଵସଂ।ଭିମୁଖୀ । କପିଳାସ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ହୋଇଥିବା ବେଳେ ଏଠାରେ ଥିବା ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଭଣ୍ଡାର ଘର ଏବେ ଭୁଶୁଡିବା ଅଵସ୍ଥାରେ ପହଞ୍ଚିଛି ।ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ଗଜପତି ପ୍ରତାପରୁଦ୍ର ଦେଵଙ୍କ କପିଳାସ ଅବସ୍ଥାନ ସମୟରେ ଷୋଡ଼ଶ ଶତାବ୍ଦୀରେ କପିଳାସ ପାଦ ଦେଶରେ ଦେଓଗାଁଠାରେ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ତୋଳାଇ ରଥଯାତ୍ରା ଆରମ୍ଭ କରିଥିଲେ ।ଏହା ସମ୍ମୁଖରେ କପିଳାସ ପର୍ବତ ଖୋଲରେ ବିରାଜିତ ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ନୀତିକାନ୍ତି ଓ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ କୁ ସୁରକ୍ଷିତ ଭାବେ ରଖି ପାହାଡ଼ ଉପରକୁ ନେବା ଆଣିବା ପାଇଁ ଏକ ଭଣ୍ଡାର ଘର ନିର୍ମାଣ କରାଇଥିଲେ ।ପରବର୍ତ୍ତୀ ସମୟରେ ଢେଙ୍କାନାଳର ମହାରାଜା ଭଗିରଥ ମହିନ୍ଦ୍ର ବାହାଦୂର ଏହି ଚାଳଛପର ଭଣ୍ଡାରଘରକୁ ଏକ ବୃହତ ପକ୍କା ଗୃହରେ ପରିଣତ କରିଥିଲେ । ୨୦ ଇଞ୍ଚ ମୋଟେଇର ପୋଡାଇଟା କାନ୍ଥ ସାଙ୍ଗକୁ ଏହା ଉପରେ ବିଶାଳ କଡ଼ିବର୍ଗ। ବିଶିଷ୍ଟ ଛାତ ପକାଇଥିଲେ ।

କପିଳାସ ପୀଠର ଉନ୍ନତି ପାଇଁ ସମ୍ପ୍ରତି ରାଜ୍ୟ ସରକାର କୋଟି କୋଟି ଟଙ୍କା ମଞ୍ଜୁର କରିଥିଲେ ବି ନିର୍ଦ୍ଧିଷ୍ଟ କେତେ ଟଙ୍କା କେଉଁ କାର୍ଯ୍ୟରେ ଖର୍ଚ୍ଚ ହେବ ତାହା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିନାହିଁ ।ଦିନକୁଦିନ ଉଜୁଡି ଯାଉଥିବା ଏହି ପ୍ରାଚୀନ ଭଣ୍ଡାରଘରର ପୁନରଉଦ୍ଧାର ପାଇଁ ଉଦ୍ୟମ ହେଉଛି କି ନାହିଁ ସେ ସମ୍ପର୍କରେ କୌଣସି ତଥ୍ୟ ପ୍ରକାଶ ପାଇନି ।

ଏହି ପ୍ରାସାଦର କାନ୍ଥ ମାନଙ୍କରେ ବିରାଟକାୟ ବରଗଛମାନ କାୟାବିସ୍ତାର କରିବାରେ ଲାଗିଛନ୍ତି ।ଏଗୁଡିକୁ ନିର୍ମୂଳ କରା ନ ଗଲେ ଛାତ ଓ କାନ୍ଥ ମଧ୍ୟ ଭୁଶୁଡି ପଡିବ । ଏହୂ ମଜବୁତ ପ୍ରଚୀନ ଐତିହ ସମ୍ପନ୍ନ ଭଣ୍ଡାରଘରକୁ ତୁରନ୍ତ ସଂରକ୍ଷଣ କରାଯାଇ ବ୍ୟବହାର ଉପଯୋଗୀ କରିବାକୁ ସାଧାରଣରେ ଦାବି ହେଉଛି ।

new life
You might also like
error: Content is protected !!