News
WhatsApp Image 2023-10-04 at 17.25.00
samparksetu

ଖାଁ ଖାଁ କପିଳାସ ସୁଭୁନି ବୋଲବମ୍‌ ସ୍ୱର 

ଶ୍ରାବଣ ମାସର ପ୍ରଥମ ସୋମବାର, ଆଜିର ଦିନରେ ଶୈବପୀଠ ଗୁଡିକରେ କାଉଡ଼ିଆଙ୍କ ନାହିଁ ନଥିବାର ଭିଡ଼ ଦେଖିବାକୁ ମିଳିଥାଏ । ମନସ୍କାମନା ପୂରଣ ପାଇଁ କାନ୍ଧରେ ଜଳଭାର ନେଇ ଦେବଦେଵ ମହାଦେବଙ୍କ ଉପରେ ଢ଼ାଳିଥାନ୍ତି କାଉଡ଼ିଆ । କିନ୍ତୁ ପୂର୍ବବର୍ଷ ପରି କରୋନା କଟକଣା ଯୋଗୁଁ କାଉଡ଼ିଆଙ୍କ ଉପରେ ରୋକ ଲଗାଇଛନ୍ତି ସରକାର ।

ରାଜ୍ୟର ପ୍ରତିଟି ଶୈବପୀଠ ପରି ଓଡ଼ିଶାର ଅନ୍ୟତମ ପ୍ରମୁଖ ଶୈବପୀଠ ଢେଙ୍କାନାଳ ର କପିଳାସ ରେ ପୂଜା ପାଉଥିବା ବାବା ଚନ୍ଦ୍ରଶେଖର ଙ୍କ ମନ୍ଦିର ମଧ୍ୟ ଖାଁ ଖାଁ ରହିଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବୋଲବମ୍‌ କୁ ବାରଣ କରାଯାଇଛି । ଅନ୍ୟବର୍ଷ କାଉଡ଼ିଆଙ୍କ ପାରକରେଗା ସ୍ୱରରେ କମ୍ପୁଥାଏ ଶୈବପୀଠ ।

ବିଭିନ୍ନ ଘାଟରୁ କପିଳାସ ପର୍ଯ୍ୟନ୍ତ ଲାଗିଥାଏ କାଉଡ଼ିଆଙ୍କ ଧାଡି, ତାଙ୍କ ବସ୍ତ୍ର ରଙ୍ଗରେ ଗେରୁଆ ମୟ ହୋଇଉଠିଥାଏ କପିଳାସ ପାହାଡ଼ । ଭଳିକି ଭଳି ଗୀତରେ ପ୍ରକମ୍ପିତ ହୋଇଉଠିଥାଏ ସମଗ୍ର ସେବାଲାଗି ସ୍ଥାନରେ ମହକି ଉଠିଥାଏ ବିଭିନ୍ନ ବ୍ୟଞ୍ଜନ ର ବାସ୍ନା ହେଲେ ସବୁକିଛି ଯେପରି ଛଡାଇ ନେଇଛି କରୋନା, ସବୁ କିଛି ସୁନସାନ୍ ।

ଅନ୍ୟପଟେ ରୀତିନୀତି ଅନୁଯାୟୀ ମନ୍ଦିର ଭିତରେ ବାବାଙ୍କ ସମସ୍ତ ପୂଜା ଚାଲିଛି ।  ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୀଠରେ ପୋଲିସ ମୁତୟନ ରହିଛନ୍ତି । ବାବାଙ୍କର ସମସ୍ତ ଶ୍ରାବଣ ନୀତିକାନ୍ତି କିପରି ସୂଚାର ରୂପେ ସମାପନ ହେବ ସେଥିପାଇଁ ଲାଗିପଡିଛନ୍ତି ସେବାୟତ ।

new life
You might also like
error: Content is protected !!