News
WhatsApp Image 2023-10-04 at 17.25.00
samparksetu

ପୁଣ୍ୟ ମାସ କାର୍ତ୍ତିକ


ବରଷ  ମଧ୍ୟରେ      ବାରମାସରହେ
      ପୁଣ୍ୟମାସ  ଯେ କାର୍ତ୍ତିକ !
ପୁରପଲ୍ଲୀ  ସବୁ    ଭକ୍ତିମୟ  ବାସ୍ନା
          ରଖି ନାନା ମାନସିକ !!
କାର୍ତିକ ସ୍ନାହାନ      କରି ପ୍ରତ୍ୟୁଷରୁ
          ଆବାଳ  ବୃଦ୍ଧ  ବନିତା !
ମୁଖେ  ହରିଶବ୍ଦ     ଭକ୍ତିରେ  ଉଚାରି
   ଦେବାଳୟେ    ପ୍ରଣିପାତ !!
ନାନାଦି ପରବ       ପାଳନ୍ତି ସଭିଏଁ
       ସପରିବାର  ହୋନ୍ତି ମେଳ !!
ପୟାଶ୍ରାଦ୍ଧ ଦୀପାବଳୀ ଧନ୍ଵନ୍ତରି ପୂଜା
     ଗୋଷ୍ଟାଷ୍ଟମୀ ମହାକାଳୀ  !!
ଅଁଳାନବମୀ   ରାଧା ପାଦଦର୍ଶନ
      ରାଇଦାମୋଦର  ବେଶ !
ପଞ୍ଚୁକ  ପାଳନ୍ତି   ଅତି ଭକ୍ତିଭରେ
     ଦୁର୍ଲଭ  ନାଗାର୍ଜୁନ ବେଶ !!
ବଡଓଷା  ହୁଏ    ବଡ  ଆଡମ୍ବରେ
      ଧବଳେଶ୍ୱର  ପୀଠରେ !!
କୋଭିଡି  ନିୟମ   କଡାକଡି କରି
         ଧରିଛନ୍ତି ସରକାରେ !!
ପରିବା ଦର      ଆକାଶ  ଛୁଅଇଁ
      ଗରିବଟି  ହଟହଟା !
ବଡ଼ଲୋକୀଆଙ୍କ  ବଡ  ଅର୍ଡର କୁ
    ଅପେକ୍ଷାରତ ଜୋମାଟୋ !!

     ✍🏽 ସୂର୍ଯ୍ୟ ନାୟକ

new life
You might also like
error: Content is protected !!