News
WhatsApp Image 2023-10-04 at 17.25.00
samparksetu

ପାନୀୟ ଜଳ ସମସ୍ୟା ରେ ହନ୍ତସନ୍ତ ଖମାର ସାହି ବାସିନ୍ଦା

ଢେଙ୍କାନାଳ ପୌରସଂସ୍ଥା ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ଖମାର ସାହି ବାସିନ୍ଦାମାନେ ଦୀର୍ଘ ଏକ ବର୍ଷ ଧରି ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେମାନଙ୍କ ଦାବୀପତ୍ର କର୍ଣ୍ଣପାତ ନକରିବାରୁ ମହିଳା ମାନେ ପିଏଚଡି କାର୍ଯ୍ୟାଳୟକୁ ଆସି ହୋହାଲ୍ଲା କରିଥିବାର ଜଣାପଡିଛି ।

ସାହିର ମନୋରମା ସାହୁଙ୍କ ଅଭିଯୋଗ ଅନୁସାରେ ସରକାର ଚାଉଳ ଦେଲେ କଣ ହେବ ଦୀର୍ଘଦିନ ହେବ ତାଙ୍କୁ ପାନୀୟଜଳ ମିଳୁନାହିଁ । ନିକଟସ୍ଥ ଜମିରେ ପାନୀୟଜଳ ମାଡିବା ସହିତ କେତେକ ବ୍ୟକ୍ତି ଚାଷ କରୁଥିବା ବେଳେ ସେମାନଙ୍କୁ ପାଣି ନମିଳିବା ଦୁଃଖର ବିଷୟ । ସରକାର ତୁରନ୍ତ ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବୀ କରି ମହିଳା ମାନେ ଆନ୍ଦୋଳନ କରିଥିଲେ ।

new life
You might also like
error: Content is protected !!