News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଖମାରସାହି ଆଶ୍ରମ ବିଦ୍ୟାଳୟ ଭାଙ୍ଗିବାକୁ ନେଇ ଉତ୍ତେଜନା

ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ସହରର ଦକ୍ଷିଣ କାଳୀ ସ୍ଥିତ ଖମାର ସାହି ଆଶ୍ରମ ବିଦ୍ୟାଳୟ ଉଚ୍ଛେଦ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି। ଉଚ୍ଛେଦ ପାଇଁ କୋର୍ଟ ଦ୍ବାରା ନିଯୁକ୍ତ ଅମିନ କମିଶନଙ୍କ ସହିତ ପୋଲିସ ଫୋର୍ସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ତେବେ ଆଜି ସ୍ଥାନୀୟ ଲୋକମାନଙ୍କ ବିରୋଧ ଯୋଗୁଁ ଉଚ୍ଛେଦ ପ୍ରକ୍ରିୟାକୁ ସାମୟିକ ଭାବରେ ସ୍ଥଗିତ ରଖା ଯାଇଛି।

ସୂଚନା ଅନୁଯାୟୀ , ଉକ୍ତ ବିଦ୍ୟାଳୟଟି ପ୍ରଫୁଲ୍ଲ ପଟ୍ଟନାୟକଙ୍କ ବେସରକାରୀ ଜମି ଉପରେ ଆରମ୍ଭ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହି ଜମିର ବଦଳରେ ସରକାର ତାଙ୍କୁ ଜମି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୀର୍ଘ ଦିନ ବିତିଗଲା ପରେ ମଧ୍ୟ କୈାଣସି ଜମି ନ ମିଳିବାରୁ ସେମାନେ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ନ୍ୟାୟାଳୟଙ୍କ ନିର୍ଦ୍ଦେଶ ରେ ଆଜି ଅମିନ କମିଶନଙ୍କ ଉପସ୍ଥିତିରେ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା l

ଏହି ବିଦ୍ୟାଳୟଟି ୧୯୫୯ ମସିହାରୁ ଏହି ଠାରେ ଗଢି ଉଠିଛି। ତେବେ ଜମି ସମ୍ବନ୍ଧରେ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁଁ ମାନ୍ୟବର ନ୍ୟାୟାଳୟ ସରକାରଙ୍କ ବିରୁଦ୍ଧରେ ରାୟ ପ୍ରଦାନ କରିଛନ୍ତି। ଏଠାରେ ୧୫୦ ରୁ ଉର୍ଦ୍ଧ୍ବ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀ ପାଠପଢା ଜାରି ରଖିଥିବା ବେଳେ ଏହି ବିଦ୍ୟାଳୟ ଉଚ୍ଛେଦକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ। ଆଜିର ଉଚ୍ଛେଦ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ କୈାଣସି ଅବଗତ କରାଇ ନାହାନ୍ତି। ତେଣୁ ସ୍ଥାନୀୟ ଲୋକମାନେ ଉଚ୍ଛେଦକୁ ବିରୋଧ କରିଛନ୍ତି।

ତେବେ ବିଦ୍ୟାଳୟ ଉଚ୍ଛେଦ ସମ୍ପର୍କରେ ପ୍ରଶାସନ ଜାଣିଥିଲେ ମଧ୍ୟ ଘଟଣାସ୍ଥଳରେ ନ ପହଞ୍ଚିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲା । ତେବେ ଲୋକମାନଙ୍କର ବିରୋଧ ଯୋଗୁଁ ଉଚ୍ଛେଦ ପ୍ରକ୍ରିୟାକୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଛି।

new life
You might also like
error: Content is protected !!