News
WhatsApp Image 2023-10-04 at 17.25.00
samparksetu

ଅଜଣା ଗାଡି ଧକ୍କାରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ସାଇଁବିରି ନିକଟରେ ଅଜଣା ଗାଡ଼ି ଧକ୍କା ରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୋରିଆଁ ଗ୍ରାମର ଶୁଶାନ୍ତ ରଣା(୩୨) ବୋଲି ସୂଚନା ମିଳିଛି ।

ଶୁଶାନ୍ତ ଆଜି ନିଜ ସ୍ତ୍ରୀ ଏବଂ ପିଲାଙ୍କୁ ନେଇ ବାଇକ୍ ଯୋଗେ ନିଜ ଶଶୁର ଘରକୁ ଯାଇଥିଲେ , ଫେରିଲା ସମୟରେ ସାଇଁବିରି ନିକଟରେ ତାଙ୍କର ଏକ ଅଜଣା ଗାଡି ଧକ୍କାରେ ସେ ଗୁରୁତର ଆହତ ହୋଇଥିଲେ ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା , ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

new life
You might also like
error: Content is protected !!