News
WhatsApp Image 2023-10-04 at 17.25.00
samparksetu

କୌଶଲ୍ୟା ଙ୍କ ମୁହଁରେ ଫୁଟିଲା ହସ ; ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଲେ

କୋଶଲ୍ଯା ବେହେରା ବୟସ ୧୫ , ଜୀବନ କଣ ଜାଣିବା ପୂର୍ବରୁ ଏହି ନାବାଳିକାଙ୍କ ଜିଭ ତଳେ ମାଂସ ପିଣ୍ଡୁଳା ବୃଦ୍ଧି ପାଇବାରେ ଲାଗିଥିଲା । ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ବେଳେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ବାପା ଜଣେ ଦିନ ମଜୁରିଆ ହୋଇଥିବା ରୁ ଝିଅର ଚିକିତ୍ସା କରିପାରୁନଥିଲେ ।

କୋଶଲ୍ଯାଙ୍କ ଘର ଭୁବନ ବ୍ଲକ ଅନ୍ତର୍ଗତ ଧଳପଡା ଗ୍ରାମରେ । ବାପା ରବି ବେହେରା ଜଣେ ଦିନ ମଜୁରିଆ । ମୂଲ ଲାଗିଲେ ଘରେ ଚୁଲି ଜଳେ ଘରର ୫ ଝିଅ ମାନଙ୍କ ମଧ୍ୟରେ କୋଶଲ୍ଯା ବଡ,ସେ ଦଶମ ଶ୍ରେଣୀରେ ପଢୁଛନ୍ତି । ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ହଠାତ୍ ତାଙ୍କ ଜିଭ ତଳେ ଧୀରେ ଧୀରେ ଏକ ମାଂସ ବଢିବାରେ ଲାଗିଥିଲା ।

ଏଥିପାଇଁ ସେ ଠିକ୍ ରେ କଥା ହୋଇପାରିଲେ ନାହିଁ। ଧୀରେ ଧୀରେ ମାଂସ ବୃଦ୍ଧି ପାଇବା ଯୋଗୁଁ ଏବେ ସେ ଯନ୍ତ୍ରଣାରେ ଛଟପଟ ହେବା ସହିତ ଖାଦ୍ୟ ଖାଇ ପାରୁନଥିଲେ । ଏହି ଖବର ଗତ ଅକ୍ଟୋବର ୧୧ ତାରିଖରେ ଢେଙ୍କାନାଳ ଅପଡେଟ ରେ ପ୍ରସାରଣ ହେବା ସହ ଜିଲ୍ଲା ମୁଖ୍ୟ ଅଧିକାରୀ ଙ୍କୁ ଅବଗତ କରାଯାଇଥିଲା ।

ପରେ ଚିକିତ୍ସାଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ କୌଶଲା ଙ୍କୁ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ସାହୁ ସହାୟତା ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ନିଆଯାଇଥିଲା , ସେଠାରେ ଚେକଅପ ପରେ ତାଙ୍କର ଅପରେସନ ପାଇଁ ଗତ ଡିସେମ୍ବର ରେ ତାରିଖ ଦେଇଥିଲେ ଡାକ୍ତର ।

ତେବେ ତାରିଖ ଅନୁଯାୟୀ ତାଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହାୟତାରେ କଟକ ଅପରେସନ ପାଇଁ ନିଆଯାଇଥିଲା , ବର୍ତ୍ତମାନ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କୌଶଲ୍ୟା ,ତାଙ୍କର ମୁହଁରେ ଦେଖିବାକୁ ମିଳିଛି ଖୁସିର ଲହରୀ ।

new life
You might also like
error: Content is protected !!