ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କାମାକ୍ଷାନଗର ବ୍ଲକ କଣ୍ଟାପାଳ ଗ୍ରାମପଞ୍ଚାୟତର କଣ୍ଟାପାଳ ଖେଳ ପଡ଼ିଆରେ କନକ ଦୁର୍ଗା କ୍ରିକେଟ କ୍ଲବ୍ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଯାପିତ ହୋଇଯାଇଛି ।ଉଦଯାପନୀ ମ୍ୟାଚ୍ କଟାବାହାଳ କ୍ରିକେଟ କ୍ଲବ୍ ଓ କୁମୁସି କ୍ରିକେଟ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
କୁମୁସି ଟିମ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୫ ଓଭରରେ ୬ ୱିକେଟ ହରାଇ ୧୫୫ ରନ ସଂଗ୍ରହ କରିଥିବା ବେଳେ ଜବାବରେ କଟାବାହାଳ ଟିମ୍ ୧୪ଓଭରରେ ସମସ୍ତ ୱିକେଟ ହରାଇ ୧୧୬ରନ ସଂଗ୍ରହ କରିନେଇ ପରାଜୟ ବରଣ କରିଥିଲା ।ଆଜିର ମ୍ୟାଚରେ କୁମୁସି କ୍ରିକେଟ କ୍ଲବ୍ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ ।ଉଦଯାପନୀ ସମାରୋହରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଯୁବନେତା ଅସିତ୍ ରାୟ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ବିବ୍ରତ ସାମଲ,ନିର୍ମଳ ବେହେରା ଅତିଥି ରୂପେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଚାମ୍ପିଅନ ଓ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ପରିଚାଳନା କରିଥିଲେ ।ଆଜିର ମ୍ୟାଚ ରେ କନକ ଦୁର୍ଗା କ୍ରିକେଟ କ୍ଲବ ର ସମସ୍ତ କର୍ମକର୍ତ୍ତା ଏବଂ କଣ୍ଟାପାଳ ଗ୍ରାମର ସମସ୍ତ ଦର୍ଶକ ଉପସ୍ଥିତ ଥିଲେ ।
