News
WhatsApp Image 2023-10-04 at 17.25.00
samparksetu

କୁନୁଆଁରେ ରାସନ ପ୍ରଦାନରେ ମହାଦୁର୍ନୀତି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କୁନୁଆଁ ପଞ୍ଚାୟତ ରେ ରାସନ ସାମଗ୍ରୀ ପ୍ରଦାନରେ ବ୍ୟାପକ ଦୁର୍ନୀତି ଦେଖିବାକୁ ମିଳିଛି ହିତାଧିକାରୀଙ୍କୁ ଭୟଭୀତ କରାଇ ଏସଏସଜି ଗ୍ରୁପର ମହିଳା ମାନେ ଚାଉଳ ହଡପ କରିଥିବା ଭଳି ଅଭିଯୋଗ ହୋଇଛି ।କୁନୁଆଁ ଗ୍ରାମ ପଞ୍ଚାୟତ ରାସନକାର୍ଡ ଧାରୀମାନେ ସରସ୍ୱତୀ ଆଦିଶକ୍ତି ଏସଏସଜି ଗ୍ରୁପମାଧ୍ୟମରେ ସରକାରଙ୍କ ଚାଉଳ ପାଉଛନ୍ତି । କିନ୍ତୁ ଏହି ଗ୍ରୁପର ମହିଳା ମାନେ ହିତାଧିକାରୀଙ୍କୁ ଭୟଭୀତ କରାଇ ରାସନ ପ୍ରଦାନ ସମୟରେ ୩ରୁ୫ କିଲୋ ରାସନ କାଟି ଦେଉଥିବାର ଜଣାପଡିଛି ।

ସକାଳ ୧୦ରୁ ଡିଲର ଦୋକାନ ଖୋଲିବା ସହିତ ଦିନେ ଦୁଇଦିନ ଦେଇ ବନ୍ଦ କରି ଦେଉଛନ୍ତି । ତା ପରେ ଚାଉଳ କଟିଗଲା ବୋଲି କହି ରାସନ ପ୍ରଦାନ କରୁନଥିବାର ଅଭିଯୋଗ ହୋଇଛି । କୁନୁଆଁ ପଞ୍ଚାୟତ ଠାରୁ ଆସନ ବଣିଆ ,ବେଲବାହାଳୀ,କାଟେଣୀ ୪ରୁ ୮ କିଲୋମିଟର ଦୂର ହୋଇଥିବା ବେଳେ ହିତାଧିକାରୀ ମାନେ ରାସନ ପାଇବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଯାଇ ହିତାଧିକାରୀ ମାନେ ରାସନ ନପାଇ ଫେରୁଥିବାର ମଧ୍ୟ ଅଭିଯୋଗ କଲେ ଧମକ ଚମକ ମିଳୁଛି ।

ଏ ନେଇ ଲିଖିତ ଭାବରେ ଉପଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ହିନ୍ଦୋଳ ବ୍ଲକ ଏଏସଓ ଗୁରୁବାର ଦିନ ଘଟଣା ସମ୍ପର୍କରେ ତଦନ୍ତ କରିବା ସହିତ ସମସ୍ତ ରାସନକାର୍ଡ ଧାରୀ ମାନେ ଉପସ୍ଥିତ ରହିଥିଲେ । ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ଏକ ମାସ ଏବଂ ,ଏବେ ତିନି ମାସର ଚାଉଳ ୮୦ଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇନାହିଁ ।ତଦନ୍ତ ପରେ ପୁଣି ସରସ୍ୱତୀ ଗୋଷ୍ଠୀର ମହିଳା ମାନେ ହିତାଧିକାରୀଙ୍କୁ ଧମକ ଚମକ ଦେଉଥିବାରୁ ସେମାନେ ସରସ୍ୱତୀ ଗ୍ରୁପକୁ ବଦଳାଇ ଅନ୍ୟ ଗ୍ରୁପ ମାଧ୍ୟମରେ ରାସନ ସାମଗ୍ରୀ ପ୍ରଦାନ କରିବାକୁ ଦାବି କରିଛନ୍ତି ।

new life
You might also like
error: Content is protected !!