ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଢେଙ୍କାନାଳ ମହାବିଦ୍ୟାଳୟ ନିକଟ ମୁଖ୍ୟ ରାସ୍ତା କଡରେ ଥିବା ମାଣିପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର କବାଟ ତାଲା ଭାଙ୍ଗି କଳାକନା ବୁଲାଇଛି ଦୁର୍ବୃତ୍ତ ।
ସୂଚନା ଅନୁଯାୟୀ ଖରାଦିନେ ସକାଳୁଆ ଅଫିସ୍ ଆସିଥିବା ବେଳେ, ଅଫିସର ମୁଖ୍ୟ କବାଟ ତାଲା ଭଙ୍ଗା ଯାଇଥିବାର ଦେଖିବାକୁ ପାଇଥିଲେ । ନିରୀକ୍ଷକ ଅଫିସ ଭିତରେ ଯାଇ ଦେଖିବାରୁ ଆସବାବ ପତ୍ର, ଯନ୍ତ୍ରପାତି, କମ୍ପ୍ୟୁଟର, ଇଲେକ୍ଟ୍ରି ବଲ୍, ଟଙ୍କା ଏବଂ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ଲୁଟ୍ ହୋଇଥିବାର ଦେଖିବାକୁ ପାଇଥିଲେ ।
ଖବରପାଇ ଘଟଣାସ୍ଥଳରେ ସଦର ତହସିଲଦାର ଏବଂ ଟାଉନ୍ ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ଏହି ଘଟଣାକୁ ନେଇ ମାଣିପୁର ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ହୋଇଛି ବୋଲି ସୂଚନା ଦେଇଛନ୍ତି ।