News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲା ର ଦୁଇଟି ଭିନ୍ନଭିନ୍ନ ସ୍ଥାନରେ ଲୁଟ

ଢେଙ୍କାନାଳ ଜିଲ୍ଲା ସଶାପଷି ତାରିଣୀ ମନ୍ଦିର ନିକଟରୁ ଲୁଟ୍ ହୋଇଛି । ମାରଣାସ୍ତ୍ର ଦେଖାଇ ଗ୍ରାହକ ସେବାକେନ୍ଦ୍ର ମାଲିକ ରଶ୍ମୀରଞ୍ଜନ ପଣ୍ଡାଙ୍କଠାରୁ ୨ ଲକ୍ଷ ୧୭ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ସୂଚନା ଅନୁଯାୟୀ , ଘରୁ ଟଙ୍କା ନେଇ କଙ୍କଡାହାଡ ସ୍ଥିତ ନିଜ ଗ୍ରାହକ ସେବାକେନ୍ଦ୍ରକୁ ଯାଉଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ ରଶ୍ମୀରଞ୍ଜନ । କଳା ରଙ୍ଗର ପଲସର ଗାଡିରେ ଦୁଇ ଜଣ ଦୁର୍ବୃତ୍ତ ଆସିଥିଲେ । ଘଟଣାସ୍ଥଳରେ କଙ୍କଡାହାଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ଭୁବନ ଥାନା ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର ୨ର କୋହ୍ଲ ସାହି ନିକଟ ଭୁବନ ମହିଳା ମହାବିଦ୍ୟାଳୟ ଦେଇ ଯାଇଥିବା ମୁଖ୍ୟ ରାସ୍ତା କଡ଼ରେ ରହୁଛନ୍ତି କାଳନ୍ଦୀ ଚରଣ ସାହୁ । କାଳନ୍ଦୀ ଗତକାଲି ପୁରୀ ଯାଇଥିଲେ , ରାତିରେ ଘର ଲୋକ ଶୋଇବା ପରେ ବିଳମ୍ୱିତ ରାତିରେ ଘରେ ସମସ୍ତେ ଶୋଇଥିବା ସମୟରେ ଘର ଝରକା ଭାଙ୍ଗି ସୁନା ରୁପା ସହ ପ୍ରାୟ ୧ଲକ୍ଷ ୩୫ ହଜାର ଟଙ୍କା ଲୁଟିନେଇଛନ୍ତି । ସକାଳେ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

new life
You might also like
error: Content is protected !!