News
WhatsApp Image 2023-10-04 at 17.25.00
samparksetu

ଲଗାଣ ବର୍ଷା ପାଣି ଘେରରେ ମଧୁସାହୁ ପାଟଣା ପଞ୍ଚାୟତର ଅନେକ ଗ୍ରାମ

ଲଗାଣ ବର୍ଷା ଫଳରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମଧୁସାହୁ ପାଟଣା ଗ୍ରାମରେ ଏକ ପ୍ରାକୃତିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ରାମ କ୍ଷତିଗ୍ରସ୍ତ ହେବା ସଙ୍ଗେ ସଙ୍ଗେ ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟ ( ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମଧୁସାହୁ ପାଟଣା ) ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି ।

ବିଦ୍ୟାଳୟ ପରିଚାଳନା ପରିଷଦ କହିବା ଅନୁଯାୟୀ ବାରମ୍ବାର ସରପଞ୍ଚଙ୍କ ଦୃଷ୍ଟିଗୋଚର ଆଣିବା ସତ୍ତ୍ୱେ ମଧ୍ୟ ବିଦ୍ୟାଳୟ ପଛ ପାର୍ଶ୍ୱରେ କୌଣସି ନିରାପଦ ପ୍ରାଚୀର ବା ପ୍ରତିବନ୍ଧକ ନିର୍ମାଣ କରାଯାଉନାହିଁ ।

ସେହିପରି ଗୋପୀନାଥ ପାଟଣା ଗାଁରେ ୪ ରୁ ୫ ଫୁଟ ଉଚ୍ଚତା ରେ ପାଣି ପ୍ରଭାବିତ ହେଉଛି ।ଏହା ଦ୍ୱାରା ଏହି ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ସେମାନେ ଗାଈ ଗୋରୁ ଧରି ନିକଟସ୍ଥ ରାଜୁଆ ପାଟଣା ଗ୍ରାମକୁ ଉଠି ଯାଇଛନ୍ତି ।

new life
You might also like
error: Content is protected !!