News
WhatsApp Image 2023-10-04 at 17.25.00
samparksetu

କୃଷି ଅଧିକାରୀଙ୍କ ପ୍ରସଂଶନୀୟ କାମ, ଅସନ୍ତୁଷ୍ଟ ଚାଷୀଙ୍କୁ ନିଜେ ସାର, ଔଷଧ ଯୋଗାଇ ଦେଲେ

ଢେଙ୍କାନାଳ ସଦର ବ୍ଲକ ମଧୁସାହୁପାଟଣା ପଞ୍ଚାୟତର କିଛି ଚାଷୀ ସ୍ଥାନୀୟ ପଞ୍ଚାୟତର କୃଷକ ସାଥୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ସମାଜସେବୀକା ଶ୍ରୀମତୀ ପ୍ରିୟଦର୍ଶିନୀ ମହାପାତ୍ର ଓ କୃଷି ଅଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ସିଂହଙ୍କୁ ଭେଟିଥିଲେ।

ସରକାରୀ ବିହନ, ଔଷଧ ଓ ସାର ବଣ୍ଟନରେ ଅନିୟମିତତା ଅଭିଯୋଗ ସେମାନେ କରିଥିଲେ। ଅସନ୍ତୋଷର କାରଣ ଅବଗତ ହେବା ଶ୍ରୀ ସିଂହ ଅସନ୍ତୁଷ୍ଟ ଚାଷୀଙ୍କୁ ସାର, ବିହନ ଓ ଔଷଧ ଯୋଗାଇ ଦେଇଥିଲେ। ଅଧିକାରୀଙ୍କ ଏପରି କାମ ପାଇଁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରସଂଶା କରାଯାଇଛି। ଆଗକୁ ଏପରି ଅନିୟମିତତା ହେବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

new life
You might also like
error: Content is protected !!