News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ଅଞ୍ଚଳରେ ହାତୀ ଆକ୍ରମଣରେ ଆଉ ଜଣଙ୍କ ଜୀଵନ ଗଲା

ହିନ୍ଦୋଳ ଉପଖଣ୍ଡରେ ଦିନକୁ ଦିନ ହାତୀ ଆତଙ୍କ ବଢ଼ିବାକୁ ଲାଗିଛି । ଦିନକ ବ୍ୟବଧାନରେ ପୁଣି ଆଜି ସକାଳୁ ଜଣକୁ ହାତୀ କଚାଡ଼ି ମାରିଥିବାର ସୂଚନା ମିଳିଛି । ମୃତକ ହେଲେ ମହାଲୁଣ୍ଡା ପଞ୍ଚାୟତ ମାଗୁବେରେଣୀ ଗ୍ରାମର ସାହେବ ରାଉତ (୭୫) ।

ସେ ଶୌଚ ହେବା ପାଇଁ ତାଙ୍କ ଘର ନିକଟ ଏକ ପଡିଆକୁ ଯାଇଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଏହାକୁ କେନ୍ଦ୍ରକରି ଗ୍ରାମରେ ଉତ୍ତେଜନା ଲାଗିରହିଛି। ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଁଞ୍ଚି ବୁଝାସୁଝା କରୁଛି।

new life
You might also like
error: Content is protected !!