News
WhatsApp Image 2023-10-04 at 17.25.00
samparksetu

ମହାବିରୋଡ଼ ଫାଣ୍ଡି ହେଲା ଥାନା , ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୩୦ ଟି ନୂତନ ଥାନା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ। ଢେଙ୍କାନଳ ଜିଲ୍ଲା ରେ ପରଜଙ୍ଗ ଥାନା ଅଧିନରେ ଥିବା ମହାବିରୋଡ ଫାଣ୍ଡି କୁ ମଧ୍ୟ ନୂତନ ଥାନା ଭାବେ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ, ଉପସ୍ଥିତ ଥିବା ବେଳେ ସଂମ୍ମାନିତ ଅତିଥି ଭାବେ ପରଜଙ୍ଗ ବିଧାୟକ ନୃସିଂହ ଚରଣସାହୁ,କଙ୍କଡାହାଡ଼ ବ୍ଲକ ଅଧକ୍ଷା, ଉପାଧକ୍ଷା ଜିଲ୍ଲାପରିଷଦ ସଭ୍ୟ ଓ ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ମହାବିରୋଡ ବାସୀଙ୍କ ଦୀର୍ଘ ଦିନର ଦାବି ଆଜି ପୂରଣ ହୋଇଥିବା ବେଳେ,ଅଂଚଳର ୯ ଟି ପଂଚାୟତ ର ଲୋକ ଙ୍କ ବିଭିନ୍ନ ସମସ୍ୟା ନେଇ ପରଜଙ୍ଗ ଥାନା କୁ ଅସୁବିଧାର ସମ୍ମୁଖିନ ହୋଇ ଯିବାକୁ ପଡୁଥିଲା। ଆଜିଠାରୁ ହାତ ପାହାନ୍ତାରେ ଲୋକମାନେ ଉତ୍ତମ ପୋଲିସ ସେବା ପାଇପାରିବେ ବୋଲି ଅଭିଭାଷଣ ରେ ଉପସ୍ଥିତ ଅତିଥି ମାନେ ଜନ ସାଧାରଣ ଙ୍କୁ ଉଦଭୋଦନ ଦେଇଥିଲେ |

new life
You might also like
error: Content is protected !!