News
WhatsApp Image 2023-10-04 at 17.25.00
samparksetu

ମହକ

ଓଢଣୀ ତଳୁ ସରମ ଚାହାଣୀ
ଲୁଚି ନଦେଖିବା ସହଜ ନୁହେଁ
ସେ ଚାହାଣୀରେ ହୃଦୟ କ୍ଷତାକ୍ତ
ଭୁଲିବାଟା ଏତେ ସହଜ ନୁହେଁ ।

ସେଦିନର ତାର ପାଦ ପାଉଁଜିର
ମୂର୍ଚ୍ଛନା ମାପିବା ସହଜ ନୁହେଁ
ରୁଣୁଝୁଣୁ ତାର ମିଠା ମିଠା ସ୍ବର
କମ୍ପନ କଳିବା ସହଜ ନୁହେଁ ।

ପହିଲି ପ୍ରୀତିର ପ୍ରଥମ ଚିଠିର
ବାସ୍ନା ନଖେଳିବା ସହଜ ନୁହେଁ
ତା ବାସ୍ନା ବିଭୋରେ ସମ୍ମୋହିତ ତନୁ
ପାଶୋରି ପାରିବା ସହଜ ନୁହେଁ ।

ଚୁପି ଚୁପି କଥା ଲାଜ ଲାଜ ହସ
ମନରୁ ଲିଭିବା ସହଜ ନୁହେଁ
ମେହେନ୍ଦି ହାତର ଥର ଥର ସ୍ପର୍ଶ
ଭୁଲିକି ବଞ୍ଚିବା ସହଜ ନୁହେଁ ।

✍️ପ୍ରଶାନ୍ତ କୁମାର ଦାସ

new life
You might also like
error: Content is protected !!