News
WhatsApp Image 2023-10-04 at 17.25.00
samparksetu

ମହିମାଗାଦି ତୃତୀୟବେଢା ମାହାଳ ମୂଳ ଉଚ୍ଛେଦ ପ୍ରକ୍ରିୟା ସମ୍ପର୍କରେ ଶାନ୍ତି କମିଟି ବୈଠକ ;ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ପାଇଁ ଶାନ୍ତି କମିଟିରେ ନିଷ୍ପତ୍ତି

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗ୍ରାମ ପଞ୍ଚାୟତ ସଭାଘରେ ଆଜି ମହିମାଗାଦି ତୃତୀୟ ବେଢା ଉଚ୍ଛେଦ ପ୍ରକ୍ରିୟା ଓ ସମ୍ଭାବ୍ୟ ଆଇନ୍ ଶ୍ରୃଙ୍ଖଳା ପରିସ୍ଥିତି ଉପୁଜିବା ଦୃଷ୍ଟିରେ ରଖି ଆଜି ଯୋରନ୍ଦା ସରପଞ୍ଚ ଆରତୀ ନାୟକ ଙ୍କ ସଭାପତିତ୍ବରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।ଗତ ୨୩ ତାରିଖ ଦିନ ଗଁଦିଆ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ଅନୁଯାୟୀ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯୋରନ୍ଦା ସରପଞ୍ଚ ଏହି ଶାନ୍ତି କମିଟି ବୈଠକ ଡକାଇ ଥିଲେ ।ଏହି ବୈଠକରେ ଗଁଦିଆ ଆଇଆଇସିି ସତ୍ୟବ୍ରତ ଭୂତିଆ ,ଯୋରନ୍ଦା ଫାଣ୍ଡି ଅଧିକାରୀ ଅନାଦି ପଟ୍ଟାୟତ ,ଜିଲ୍ଲାପରିଷଦ ସଭ୍ୟ ବିଶ୍ବନାଥ ଚିନ୍ନରା,ସମିତି ସଭ୍ୟ ପ୍ରତ୍ୟୁଷ ହରି ପ୍ରଧାନ, ଯୋରନ୍ଦା, କାବରା, ନେଉଳପୋଇ, କରମୂଳ, କାଲୁରିଆ,ବାଇଁଶିଆ ଗ୍ରାମ ପଞ୍ଚାୟତର ସରପଞ୍ଚ,ସ୍ଥାନୀୟ ଗ୍ରାମ ଗୁଡିକର ସଭାପତି,ସ୍ଥାନୀୟ ଅଞ୍ଚଳର ମାନ୍ଯଗଣ୍ଯ ବ୍ଯକ୍ତି ଯୋଗ ଦେଇଥିଲେ ।

ଏହି ବୈଠକକୁ ବକ୍କଳଧାରୀ ଓ କୌପୀନ ଧାରୀ ଦୁଇ ଗୋଷ୍ଠୀର ସାଧୁ ସମାଜକୁ ଡକାଯାଇଥିଲେ ମଧ୍ୟ ବକ୍କଳଧାରୀ ସାଧୁ ସମାଜ ଅନୁପସ୍ଥିତ ରହିଥିଲେ।ବୈଠକରେ ମୂଖ୍ୟତ ଆସନ୍ତା ୨୭/୭/୨୨ରିଖରେ ଗାଦି ମନ୍ଦିର ତୃତୀୟ ବେଢା ମଧ୍ୟରେ ଥିବା ସିଦ୍ଧ ବଡ କୃପାସିନ୍ଧୁ ବାବାଙ୍କ ଦ୍ବାରା ସ୍ଥାପିତ ମାହାଳମୂକ ଆଶ୍ରମ,ବତୀ ମନ୍ଦିର ଓ ଟୁଙ୍ଗିକୁ ଉଚ୍ଛେଦ ପାଇଁ କୋର୍ଟ ନୋଟିସ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଦୀର୍ଘ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ଏହି ପୀଠକୁ କ୍ଷତି ନପହଞ୍ଚାଇ ଏହାକୁ ପ୍ରାଚୀନ କୀର୍ତ୍ତି ରାଜୀର ମାନ୍ୟତା ପାଇଁ ଦାବି କରିବା ପାଇଁ ମତପ୍ରକାଶ ପାଇଥିଲା । ତେଣୁ ଆସନ୍ତା ୨୭|୭୲୨୨ରିଖ ମାନ୍ଯବର କୋର୍ଟ ଙ୍କ ନିର୍ଦ୍ଦେଶ ମତେ ଅମିନ କମିଶନରଙ୍କର ଚିହ୍ନଟ ଓ ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ଆଞ୍ଚଳିକ ଶାନ୍ତି କମିଟିରେ ନିଷ୍ପତ୍ତି ହେଲା ।ଏ ସମ୍ପର୍କରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକାରୀ ଜଣାଇବା ପାଇଁ ନିଷ୍ପତ୍ତି ନିଆଗଲା ।

ଭାରତର ମହାମହିମ ରାଷ୍ଟ୍ରପତି ଭାବେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ଶପଥ ଅଭିଭାଷଣରେ ମହିମା ଧର୍ମର ମହାନ ସନ୍ଥକବି ଭୀମଭୋଇଙ୍କ ବାଣୀରେ ମହିମା ଧର୍ମଦର୍ଶନ ପ୍ରତିପାଦିତ କରିଥିବାରୁ ତାଙ୍କୁ ସଭାରେ କୃତଜ୍ଞତା ଜଣାଇବା ସହିତ ମହିମାଗାଦିର ସମ୍ମାନ ଦୃଷ୍ଟିରୁ ଉଭୟ ସାଧୁ ସମାଜ ସମସ୍ତ ଜମିବାଡ଼ି ବିବାଦରୁ ନିବୃତ୍ତ ରହିବା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା ।

ନ୍ୟାୟ ମୂର୍ତ୍ତୀ ଅଭିମନ୍ୟୁ ମିଶ୍ରଙ୍କ ରାୟ ପରିପ୍ରେକ୍ଷୀରେ କୈ।ପୀନ ଧାରୀ ମହିମା ସମାଜ ଗୁରୁଗାଦି ଶୂନ୍ୟ ମନ୍ଦିରରେ ସେବା ନୀତି କରିବା ପାଇଁ ଜିଲ୍ଲା ପ୍ରଶାସନ ସୁଯୋଗ ଦେବା ପ୍ରସ୍ତାବ ବୈଠକରେ ଆଲୋଚନା ହୋଇଥିଲା । ଆଜିର ସଭାର ନିଷ୍ପତି ସମ୍ପର୍କରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷିକା, ଉପଜିଲ୍ଲାପାଳଙ୍କୁ ଅବଗତ କରାଇବା ପାଇଁ ପଞ୍ଚାୟତ ସରପଞ୍ଚଙ୍କ ନେତୃତ୍ୱରେ ଏକ ପ୍ରତନିଧି ମଣ୍ଡଳୀ ଢେଙ୍କାନାଳ ଯାଇଛନ୍ତି ।

new life
You might also like
error: Content is protected !!